Advertisment

ସନ୍ଦେଶଖାଲି ପୀଡିତାଙ୍କୁ ଭେଟିବେ ମୋଦି!

ଆସନ୍ତା ମାର୍ଚ୍ଚ ୬ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Madhupriya Mistry
PM modi

PM modi

ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏଠାକାର ମହିଳାଙ୍କୁ କଥିତ ରୂପେ ଯୌନ ଉତ୍ପୀଡନ ଓ ହିଂସା ମାମଲାକୁ ନେଇ ପୂରା ଦେଶରେ ବିବାଦ ଉପୁଜିଛି। ବିଜେପି, ବସପା ସମେତ ଅନେକ ରାଜନୈତିକ ଦଳ ଏହି ମାମଲାକୁ ନେଇ ମମତା ସରକାରଙ୍କୁ ବିରୋଧ କରୁଛନ୍ତି। ଏଥିସହ ତଦନ୍ତ ଦାବି କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଦେଶଖାଲି ପୀଡିତାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।

Advertisment

ଆସନ୍ତା ମାର୍ଚ୍ଚ ୬ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏଠାକାର ଉତ୍ତର ୨୪ ପରଗଣା ଜିଲ୍ଲାର ବାରାସାତରେ ମହିଳା ରାଲିକୁ ସମ୍ବୋଧିତ କରିବେ। ଏହି ସମୟରେ ସେ ସନ୍ଦେଶଖାଲି ପୀଡିତାଙ୍କୁ ଭେଟିପାରନ୍ତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର।

ପିଟିଆ ରିପୋର୍ଟ ମୁତାବକ, ସନ୍ଦେଶଖାଲିର ମହିଳାମାନେ ଯଦି ମୋଦିଙ୍କୁ ଭେଟିବାକୁ ଚାହିଁବେ ତେବେ ନିଶ୍ଚିତ ରୂପେ ଏହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଜେପି ନେତା ସୁକାନ୍ତ ମଜୁମଦାର।

Advertisment

ଉଲ୍ଲେଖଯୋଗ୍ୟ, ସନ୍ଦେଶଖାଲିର ଶତାଧିକ ମହିଳା ତୃଣମୂଳ କଂଗ୍ରେସ ନେତା ଶାହଜାହାଁ ଶେଖ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡପ କରିବା ଓ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ରାଜନେତା ସନ୍ଦେଶଖାଲି ଯାଇ ପୀଡିତାଙ୍କୁ ଭେଟଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ପ୍ରଶାସନ ପ୍ରାରମ୍ଭରେ ସେମାନଙ୍କୁ ସେଠାକୁ ଯିବାକୁ ଦେଇନଥିଲା। କିନ୍ତୁ ହାଇକୋର୍ଟଙ୍କ ଅନୁମତି ପରେ ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଓ କିଛି ନେତା ପ୍ରତିପକ୍ଷ ସନ୍ଦେଶଖାଲି ଯାଇ ସେଠାକାର ଲୋକଙ୍କୁ ଭେଟିଛନ୍ତି।

ସେପଟେ ଏହି ମାମଲାକୁ ନେଇ ଲଗାତର ବିଜେପି ସମେତ ବିଭିନ୍ନ ଦଳର ନେତାମାନେ ମାମତା ସରକାରଙ୍କୁ ଟାର୍ଗେଟ କରିବା ସହ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

Bjp PM Modi Sandeshkhali Case Sukant Majumdar