Advertisment

ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ: ମୋଦି

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାପରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଥମୁନି ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ। ବିରୋଧୀମାନେ ବାରମ୍ବାର ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେପେଟେ ଧାରା ୩୭୦କୁ ନେଇ ବର୍ତ୍ତମନ ସୁପ୍ରିମକୋର୍ଟର ରାୟ ଆସି ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାପରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

'ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଆଉ ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ।' ନିକଟରେ ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ଦେଶରେ ଦୁଇଟି ବିଧାନସଭା କାର୍ଯ୍ୟ ରହିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଏହା ଉପରେ ମୋହର ମାରିଛନ୍ତି। ରାଜନୀତି ଅପେକ୍ଷା ଜମ୍ମୁ-କଶ୍ମୀର ଓ ଲଦାଖର ଲୋକଙ୍କ ପାଇଁ ଧାରା ୩୭୦ ରଦ୍ଦ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଜମ୍ମୁ କଶ୍ମୀରରେ ବିକାଶ ଏବଂ ସେଠାରେ ଥିବା ଲୋକଙ୍କ ସହଜ ଜୀବନ ପାଇଁ ଏହା ଆବଶ୍ୟକ ଥିଲା ବୋଲି ମୋଦି କହିଛନ୍ତି।

ପିଡିପି ଓ ନ୍ୟାଶନାଲ କନ୍‌ଫ୍ରେନ୍ସ ଦଳକୁ ଟାର୍ଗେଟ କରି ମୋଦି କହିଛନ୍ତି, 'ଏହାକୁ କିଛି ପରିବାରବାଦୀମାନେ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ନିଜ ହାତ ମୁଠାରେ କଏଦ କରିନେଇଥିଲେ। ଜମ୍ମୁ କଶ୍ମୀରର ସାଧାରଣ ଲୋକମାନେ କୌଣସି ସ୍ୱାର୍ଥପର ରାଜନୀତିର ଅଂଶ ନୁହଁନ୍ତି। ସେ ଅତୀତର ଅସୁବିଧାକୁ ଦୂର କରିବାକୁ ଏବଂ ଦେଶର ସାଧାରଣ ନାଗରିକଙ୍କ ପରି କୌଣସି ଭେଦଭାବ ନକରି ନିଜ ପିଲାମାନଙ୍କର ଭବିଷ୍ୟତ ଏବଂ ବର୍ତ୍ତମାନକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି।'

Advertisment

ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀର ଓ ଲଦାଖର ଚିତ୍ର ବଦଳି ଯାଇଛି। ଏବେ ସେଠାରେ ଲୋକେ ସିନେମା ହଲ୍‌ରେ ବସି ଫିଲ୍ମ ଦେଖି ପାରୁଛନ୍ତି। ଏବେ ସେଠାରେ ଆତଙ୍କବାଦୀ ନୁହେଁ ପର୍ଯ୍ୟଟକଙ୍କ ମେଳା ଲାଗୁଛି। ଏବେ କିଏ ଆଉ ପଥର ଫିଙ୍ଗୁ ନାହାନ୍ତି ବରଂ ସେଠାରେ ଚଳଚ୍ଚିତ୍ରର ସୁଟିଂ କରାଯାଉଛି। ଆଜି ମଧ୍ୟ ଯେଉଁମାନେ ରାଜନୈତିକ ସ୍ୱାର୍ଥରୁ ଧାରା ୩୭୦ ବିଷୟରେ ଦ୍ୱନ୍ଦ୍ୱ ବିସ୍ତାର କରୁଛନ୍ତି, ମୁଁ ସେମାନଙ୍କୁ ଖୋଲାଖୋଲି ଭାବେ କହିବି ବର୍ତ୍ତମାନ ବ୍ରହ୍ମାଣ୍ଡରେ କୌଣସି ବି ଶକ୍ତି ଧାରା ୩୭୦ ଫେରାଇ ଆଣି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ସୁଦ୍ଧା ବିଧାନସଭା ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ। କେବଳ ସେତିକି ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ଖୁବଶୀଘ୍ର ରାଜ୍ୟ ମାନ୍ୟତା ଦିଆଯିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।

Article 370 PM Modi Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe