Advertisment

ତୁମେ ଚାମ୍ପିଅନ୍‌… ଭିନେଶଙ୍କୁ ସାନ୍ତ୍ୱନା ଦେଲେ ମୋଦି

ଆମେ ସମସ୍ତେ ତୁମ ସହ ଅଛୁ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

author-image
Madhupriya Mistry
Vinesh and Modi

Vinesh and Modi

ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ୫୦ କିଲୋଗ୍ରାମ କ୍ତସ୍ତି ଇଭେଣ୍ଟର ଫାଇନପାଲ ପୂର୍ବରୁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ କରାଯାଇଛି। ଏହାପରେ ଭିନେଶଙ୍କୁ ସାନ୍ତ୍ୱନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ପିଏମ୍‌ ମୋଦି ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଭିନେଶ ତୁମେ ଚାମ୍ପିଅନ ମାନଙ୍କ ଭିତରେ ଚାମ୍ପିଅନ। ତୁମେ ଭାରତ ପାଇଁ ଗର୍ବ ଓ ସାରା ଭରତୀୟଙ୍କ ପାଇଁ ପ୍ରେରଣା। ଆଜିର ନିଷ୍ପତ୍ତି ଦୁଃଖଦାୟକ। ଶବ୍ଦରେ ଏହାକୁ ବଖାଣି ହେବ ନାହିଁ। ଦୃଢ ମନୋବଳ ସହ ଫେରି ଆସ। ଆମେ ସମସ୍ତେ ତୁମ ସହ ଅଛୁ ବୋଲି ଲେଖିଛନ୍ତି ପିଏମ ମୋଦି।

Advertisment

୫୦ କେଜି ମହିଳା କୁସ୍ତି ଯୋଦ୍ଧାର ଫାଇନାଲ୍‌ ଫାଇଟ୍‌ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷିତ ହୋଇଛନ୍ତି ଭାରତୀୟ ରେସଲର୍ ଭିନେଶ ଫୋଗାଟ୍‌।ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍‌ ଅଧିକ ଓଜନର ଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ ଭିନେଶଙ୍କ ଓଜନ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଛି। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ପ୍ରତିଯୋଗିତାର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି।

PM Modi Paris Olympics 2024 Vinesh Phogat