Advertisment

'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସଂସ୍କୃତି-ପରମ୍ପରାକୁ ପ୍ରଶଂସା କରିବା ସହ ସନ୍ଥ କବି ଭୀମ ଭୋଇଙ୍କୁ ମନେ ପକାଇଛନ୍ତି। ଭକ୍ତ ସାଲବେଗ, ଜଗନ୍ନାଥ ଦାସ ଆଦିଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

Advertisment

ଏହା ବ୍ୟତୀତ ଓଡିଶା ପର୍ବରେ ପ୍ରଦର୍ଶିତ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ ଚା' ପିଇଛନ୍ତି। ଏହାପରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଓଡ଼ିଶା ପର୍ବକୁ ଆସି ମୁଁ ଖୁବ୍ ଗର୍ବିତ। ଓଡ଼ିଶା ଆରମ୍ଭରୁ ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ। ଭୀମ ଭୋଇ କହିଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ଏହା ହିଁ ଓଡ଼ିଶାର ସଂସ୍କୃତି।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରମାନଙ୍କ ଅବଦାନ ଅତୁଳନୀୟ। ପାଇକ ବିଦ୍ରୋହ ଏହାର ଏକ ଉଦାହରଣ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଗର୍ବର ବିଷୟ। ଓଡ଼ିଶାର ମହିଳାମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଏହି ଅବସରରେ ସୁଭଦ୍ରା ଯୋଜନା ବାବଦରେ ମଧ୍ୟ ଆଲୋକପାତ କରିଥନ୍ତି ପ୍ରଧାନମନ୍ତ୍ରୀ। କିଛିଦିନ ପୂର୍ବରୁ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମୁଦ୍ର ପଥରେ ବାଣିଜ୍ୟ-ବ୍ୟବସାୟକୁ ଉତ୍କଳୀୟ ମାନେ ହିଁ ଆଗକୁ ବଢାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେତେବେଳେ ଟେକ୍ନୋଲୋଜି ନଥିଲା, ସେତେବେଳେ ଓଡିଆମାନେ ସମୁଦ୍ରରେ ଯାତ୍ରା କରୁଥିଲେ। ଉତ୍କଳବାସୀ ସାମୁଦ୍ରିକ ସାମର୍ଥ୍ୟକୁ ବିସ୍ତାର ଦେଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ। ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରା ଯାଉଥିଲା। ମୁଁ କିନ୍ତୁ ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କଲି। ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶା ହେଉଛି ମାଇନିଂ ଓ ମେଟାଲ୍ ପାୱାର ହବ୍।

ନୂଆ ସରକାର ଗଠନର ଶହେ ଦିନରେ ୪୫ ହଜାର କୋଟି ନିବେଶକୁ ମଞ୍ଜୁରୀ ମିଳିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। 

PM Modi Bhima Bhoi Odisha Parba 2024 Odisha Parba Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe