Advertisment

ସର୍ଦ୍ଦାର ପଟେଲ ଜୟନ୍ତୀ, ମୋଦି କହିଲେ- ଆମେ ତାଙ୍କ ପାଖରେ ସର୍ବଦା ଋଣି ରହିବୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

author-image
Madhupriya Mistry
PM Modi pays tributes to Sardar Vallabhbhai Patel on his birth anniversary

PM Modi pays tributes to Sardar Vallabhbhai Patel on his birth anniversary

ଆଜି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଦେଶର ପ୍ରଥମ କେନ୍ଦ୍ର ଗୃହମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶ ସ୍ୱାଧୀନ ହେବା ପରେ ଗଡ଼ଜାତ ମିଶ୍ରଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା। ତାଙ୍କରି ଉଦ୍ୟମ ଯୋଗୁଁ ହଁ ଗଡ଼ଜାତ ମିଶ୍ରଣ ସମ୍ଭବ ହୋଇପାରିଥିଲା। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେଭାଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

ଏହି ଅବସରରେ ମୋଦି କହିଛନ୍ତି, ଜାତୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ମୋଦି 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଆମେ ତାଙ୍କର ଅଦମ୍ୟ ଭାବନା, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅସାଧାରଣ ନିଷ୍ଠାକୁ ମନେ ରଖିଛୁ ଯାହା ସହିତ ସେ ଆମ ଦେଶର ଭାଗ୍ୟ ଗଠନ କରିଥିଲେ। ଜାତୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ଆଜି ବି ଆମକୁ ମାର୍ଗଦର୍ଶନ କରେ। ଆମେ ତାଙ୍କ ପାଖରେ ସର୍ବଦା ଋଣି ରହିବୁ।

ସେପଟେ ଗୁଜରାଟର ଏକତା ନଗରରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଏକ ଭବ୍ୟ କାର୍ଯ୍ୟକ୍ରମ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଦେଶ ଗଠନ ପାଇଁ ଶପଥ ପାଠ କରାଇଥିଲେ। ଏହା ସହିତ ଆକର୍ଷଣୀୟ ପରେଡ୍ ହୋଇଛି। ଅନ୍ୟପଟେ ସର୍ଦ୍ଦାର ପଟେଲ ଜୟନ୍ତୀରେ ଦିଲ୍ଲୀ ସର୍ଦ୍ଦାର ଚୌକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍ ୟୁନିଟି ଆୟୋଜିତ ହୋଇଛି।

Advertisment

PM Modi Statue Of Unity Sardar Vallabhbhai Patel