Advertisment

Nitin Nabin: ନୂଆ ‘ମିଲେନିୟାଲ’ ବିଜେପି ମୁଖିଆଙ୍କୁ ମୋଦିଙ୍କ ପ୍ରଶଂସା, କହିଲେ- ସେ ମୋ ବସ୍‌, ମୁଁ ଜଣେ କର୍ମୀ

୪୫ ବର୍ଷୀୟ ନୀବନ ହେଉଛନ୍ତି ଦବଂଗତ ବିଜେପି ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାସ ସିହ୍ନାଙ୍କ ପୁଅ। ସେ କ୍ରମାଗତ ୫ଥର ବିହାରର ବାଙ୍କିପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

author-image
Hemant Lenka
BJP

ରାଜନାଥ, ନବୀନ, ମୋଦି ଓ ନଡ୍ଡା

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିବା ନୀତୀନ ନବୀନ(Nitin Nabin)ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସର୍ବକନିଷ୍ଠ ସଦସ୍ୟ ଭାବେ ବିଜେପି(Bjp)ର ସର୍ବୋଚ୍ଚ ପଦ ହାସଲ କରିବାର ରେକର୍ଡ କରିଛନ୍ତି। ଏଥିପାଇଁ ମୋଦି ତାଙ୍କୁ ମିଲେନିୟାଲ ସଭାପତି କହିବା ସହ ସେ ଦଳର ପରମ୍ପରାକୁ ଆଗକୁ ନେବେ ବୋଲି ଆଶା କରିଛନ୍ତି। 

Advertisment

ସାଧାରଣତଃ ୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କୁ ମିଲେନିୟାଲ ପିଢ଼ି ଭାବେ ବିବେଚନା କରାଯାଏ। ମିଲେନିୟମରୁ ମିଲେନିୟାଲ ଶବ୍ଦ ଆସିଛି। ଅନେକ ବର୍ଷ ଧରି ନୀତୀନ ନବୀନ ଦଳକୁ ଆଗକୁ ନେବା ଆଶାରେ ମୋଦି ଏପରି ଶବ୍ଦ ପ୍ରୟୋଗ କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା କଥା, “ଦଳ କଥା ବିଚାରକୁ ନେଲେ ନୀତୀନ ନବୀନ ହେଉଛନ୍ତି ବସ। ମୁଁ ଜଣେ ଦଳୀୟ କର୍ମୀ।” ନୀତୀନ ନବୀନଙ୍କ ସମ୍ପର୍କରେ ମତ ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କୁ ଦିଆ ଯାଇଥିବା ସବୁ କର୍ତ୍ତ୍ୟବକୁ ସେ ସଂପୂର୍ଣ୍ଣ ଉତ୍ତରଦାୟିତ୍ୱ ଭାବେ ନିର୍ବାହ କରିଛନ୍ତି। 

Advertisment

ସେ କହିଛନ୍ତି, “ଆଜିର ଯୁବଗୋଷ୍ଠୀଙ୍କ ଭାଷାରେ କହିବାକୁ ଗଲେ ନୀତୀନ ନବୀନ ଏକପ୍ରକାରର ମିଲେନିୟାଲ ‍ପିଢ଼ିର ଲୋକ। ସେ ଏମିତି ଏକ ପିଢ଼ି ସହ ଜଡ଼ିତ ଯେଉଁମାନେ ଭାରତରେ ବଡ଼ ଅର୍ଥନୀତିକ, ସାମାଜିକ ଓ ବୈଷୟକି ପରିବର୍ତ୍ତନର ମୁଖସାକ୍ଷୀ ବନିଛନ୍ତି। ସେ ଏମିତି ଏକ ପିଢ଼ି ସହ ଜଡ଼ିତ ଯେଉଁମାନ ପିଲାବେଳେ ରେଡିଓରୁ ସୂଚନା ପାଉଥିଲେ ଓ ଏବେ କୃତ୍ରିମ ବୁଦ୍ଧିମତାର ସକ୍ରିୟ ବ୍ୟବହାରକାରୀ। ନୀତୀନ ନବୀନଙ୍କ ମଧ୍ୟରେ ଯୁବଗୋଷ୍ଠୀର ଦକ୍ଷତା ଓ ସାଂଗଠନିକ କାର୍ଯ୍ୟର ବ୍ୟାପକ ଅନୁଭବ ରହିଛି। ଏହା ଆମ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବେଶ ଫାଇଦା ଦେବ।”

୪୫ ବର୍ଷୀୟ ନୀବନ ହେଉଛନ୍ତି ଦବଂଗତ ବିଜେପି ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାସ ସିହ୍ନାଙ୍କ ପୁଅ। ସେ କ୍ରମାଗତ ୫ଥର ବିହାରର ବାଙ୍କିପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। 

ତାଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଜେପି ମୁଖ୍ୟଙ୍କ ଦାୟିତ୍ୱ କେବଳ ଦଳ ଭିତରେ ହିଁ ସୀମିତ ନୁହେଁ। ତାଙ୍କୁ ଦଳର ସହଯୋଗୀ ତଥା ଏନଡିଏ ମଧ୍ୟରେ ସୁରକ୍ଷିତ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ଦଳକୁ ଗୋଟିଏ ସଂସ୍କୃତି ଓ ପରିବାର ଭାବେ ଚିତ୍ରତ କରି ବିଜେପି ପଦାର୍ପଣକାରୀଙ୍କୁ ଗୋଟିଏ ପ୍ଲାଟଫର୍ମ ଦେଇଥାଏ ବୋଲି ମୋଦି କହିଛନ୍ତି। 

ସେ କହିଛନ୍ତି, “ବିଜେପି ଗୋଟିଏ ସଂସ୍କୃତି। ବିଜେପି ଗୋଟିଏ ପରିବାର। ଏଠାରେ ଆମେ ଏମିତି ଏକ ସମ୍ପର୍କ ସ୍ଥାପନ କରିଥାଉ, ଯାହା କେବଳ ସଦସ୍ୟତା ଗ୍ରହଣ ଠାରୁ ବହୁତ ଅଧିକ। ବିଜେପି ଗୋଟିଏ ପରମ୍ପରା ଯାହା ପ୍ରକ୍ରିୟା ଦ୍ୱାରା ଆଗକୁ ବଢ଼େ। ଆମ ସଭାପତି ବଦଳନ୍ତି, କିନ୍ତୁ ଆମ ଆଦର୍ଶ ବଦଳେ ନାହିଁ। ନେତୃବୃନ୍ଦରେ ପରିବର୍ତ୍ତନ ହୁଏ, କିନ୍ତୁ ଲକ୍ଷ୍ୟ ସମାନ ରହିଥାଏ। ବିଜେପିର ଆତ୍ମା ଜାତୀୟ। କାରଣ ଆମେ ସ୍ଥାନୀୟ ସହ ଯୋଡ଼ି ହୋଇ ରହୁ।

ଆମର ମୂଳ ମାଟିର ଗଭୀରତାରେ ରହିଛି। ଏହି କାରଣ ପାଇଁ ବିଜେପି ସବୁବେଳେ ଆଞ୍ଚଳିକ ଆଶାୟୀଙ୍କୁ ଗୋଟିଏ ପ୍ଲାଟଫର୍ମ ବା ମଞ୍ଚ ଦେଇଥାଏ। ଏହା ସେମାନଙ୍କୁ ଜାତୀୟ ସ୍ୱପ୍ନ ପୂରଣ କରିବାରେ ସହାୟକ ହୋଇଥାଏ। ଏହି ନୀତି ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ବିଜେପି ସହ ଯୋଡ଼ି ହେଉଛନ୍ତି। ସେମାନେ ବିଜେପିରେ ମିଶୁଛନ୍ତି। ଖାଲି ସେତିକି ନୁହେଁ, ଯେଉଁମାନେ ନିଜର ରାଜନୀତିକ ଯାତ୍ରା ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନେ ବିଜେପିର ପ୍ରବେଶ ପଥକୁ ସବୁଠାରୁ ସୁରକ୍ଷିତ ଓ ଶ୍ରେଷ୍ଠ ବିକଳ୍ପ ଭାବେ ବାଛୁଛନ୍ତି।” 

ପ୍ରଧାମନ୍ତ୍ରୀ ମୋଦି କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ନେତୃତ୍ୱରେ ବିଜେପି ଶୂନରୁ ଶୀର୍ଷ ଯାତ୍ରାକୁ ଦେଖିଛି। ଏହି ଶତାବ୍ଦୀରେ ଏମ ଭେଙ୍କୟା ନାଇଡୁ, ନୀତୀନ ଗଡକରୀଙ୍କ ସମେତ ଆମର ଅନେକ ବରିଷ୍ଠ ସହଯୋଗୀ ସଂଗଠନକୁ ବିସ୍ତାର କରିଥିଲେ। ରାଜନାଥ ସିଂହଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ବିଜେପି ନିଜ ବଳରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। 

ଏହାପରେ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ଅନେକ ରାଜ୍ୟରେ ସରକାର ଗଠନ କଲା ଓ କେନ୍ଦ୍ରରେ କ୍ରମାଗତ ଦ୍ୱିତୀୟ ଥର ସରକାରକୁ ଫେରିଥିଲା। ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ପଞ୍ଚାୟତରୁ ସଂସଦ ଯାଏ ଅଧିକ ଶକ୍ତିଶାଳୀ ହୋଇଛି ବୋଲି ମୋଦି କହିଛନ୍ତି। ଭାଷଣ ମାଧ୍ୟମରେ ନବୀନଙ୍କୁ ପ୍ରଶଂସା କରିବା ପରେ ମୋଦି ପରବର୍ତ୍ତୀ ସମୟରେ ତାଙ୍କୁ ଲଡ଼ୁ ମଧ୍ୟ ଖୁଆଇଛନ୍ତି। 

Bjp Nitin Nabin