Advertisment

ହିମାଚଳ ପ୍ରଦେଶରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଯବାନଙ୍କ ସହ ପାଳିବେ ଦୀପାବଳି

ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
PM Modi With Armed Force

PM Modi With Armed Force

Advertisment

ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି। ଏଠାରେ ହିଁ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ।

Advertisment

ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍(ବର୍ତ୍ତମାନର ଏକ୍ସ)ରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମର ସାହସୀ ଯୋଦ୍ଧାଙ୍କ ସହ ଦୀପାବଳି ମନାଇବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଲି।"

ଚୀନ୍ ସୀମା ନିକଟ ଲେପଚାରେ ଇଣ୍ଡୋ-ତିବ୍ଦତୀୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ୍ ଏବଂ ଭାରତୀୟ ସେନା ମୁତୟନ ରହିଥାନ୍ତି। ହିମାଚଳ ପ୍ରଦେଶ ଚୀନ୍ ସହିତ 260 କିଲୋମିଟର ଲମ୍ବା ସୀମା ଶେଆର୍ କରିଛି। ଏଥିମଧ୍ୟରୁ 140 କିଲୋମିଟର କିନ୍ନଉର ଜିଲ୍ଲାରେ ଥିବାବେଳେ 80 କିଲୋମିଟର ଲହଉଲ ଏବଂ ସ୍ପିଟି ଜିଲ୍ଲାରେ ଅଛି। ଚୀନ୍‌ର ସୀମା ରକ୍ଷା ପାଇଁ 20ଟି ପୋଷ୍ଟରେ ପାଞ୍ଚଟି ବାଟାଲିୟନ ଆଇଟିବିପି ନିୟୋଜିତ ହୋଇଛନ୍ତି। 

Advertisment

ନିଜ ଜୀବନକୁ ବାଜି ଲଗାଇ ସେନା କର୍ମଚାରୀମାନେ ଆମକୁ ସୁରକ୍ଷା ଯୋଗାଇଥାନ୍ତି। କି ବର୍ଷା, କି ଖରା କି ଶୀତ... ଜାନି-ଯାତ, ପୂଜା-ପର୍ବରେ ବି ଘର କଥା ନଭାବି ସୁରକ୍ଷା ଦାୟିତ୍ୱରେ ରହନ୍ତି। ଆମର ଏହି ସାହସୀ ଯୋଦ୍ଧାଙ୍କ ନିକଟରେ ଆମେ ଚୀର କୃତଜ୍ଞ। ଏଥିପାଇଁ ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା କର୍ମଚାରୀଙ୍କ ସହ ଦୀପାବଳି ମନାଇଥାନ୍ତି। 

ପ୍ରଧାନମନ୍ତ୍ରୀ ଲେପଚାରେ ପହଞ୍ଚିବା ପୂର୍ବରୁ ଦୀପାବଳି ଉତ୍ସବରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି, "ଦେଶର ସମସ୍ତ ପରିବାରଜନଙ୍କୁ ଦୀପାବଳିରେ ଅଶେଷ ଅଶେଷ ଶୁଭକାମନା! ଏହି ବିଶେଷ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣିଦେଉ।" ଏଥିସହ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ।

PM Modi Deepavali Diwali Celebration PM Modi Visit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe