Advertisment

ରାମ ମନ୍ଦିର ପ୍ରତିଷ୍ଠା, ବିଜୟ ସହ ବିନୟର କ୍ଷଣ: ପ୍ରଧାନମନ୍ତ୍ରୀ

"ସମୟର କାଳଚକ୍ରରେ ଆଜିର ଦିନ କାଳ କାଳ ପାଇଁ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ।"

ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

Advertisment

ଶହ ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଲା। ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି। ଏହାପରେ ଦେଶବାସୀଙ୍କୁ ସମ୍ବୋଧିତ କରି 'ରାମ ଆସିଗଲେ, ରାମ ଆସିଗଲେ' ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ରାମ ଆଉ ଟେଣ୍ଟ ଘରେ ନୁହେଁ, ମନ୍ଦିରରେ ରହିବେ। ସମୟର କାଳଚକ୍ରରେ ଆଜିର ଦିନ କାଳ କାଳ ପାଇଁ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ରାମ ଭାରତବାସୀଙ୍କ ଅନ୍ତର ମନରେ ଅଛନ୍ତି। ଭାରତର କୋଣ ଅନୁକୋଣରେ ଅଛନ୍ତି ପ୍ରଭୁ ଶ୍ରୀରାମ।   

ରାମ ମନ୍ଦିର ପ୍ରତିଷ୍ଠା କ୍ଷେତ୍ରରେ ଯେଉଁମାନେ ମୁଖ୍ୟ ପୁରୋଧା ସାଜିଥିଲେ ସେମାନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଯାହାଙ୍କ କାର୍ଯ୍ୟ-ସମର୍ପଣ ପାଇଁ ଆମେ ଏ ଦିନ ଦେଖିଲୁ, ସେମାନେ ମନେରହିବେ ବୋଲି ମୋଦି କହିଛନ୍ତି। ଏ ମୁହୂର୍ତ୍ତ ଉତ୍ସବ ସହ ଭାରତୀୟ ସମାଜର ପରିପକ୍ୱତା ବୋଧର ସମୟ, ଏହି କ୍ଷଣ ବିଜୟ ସହ ବିନୟର କ୍ଷଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାଣ ପ୍ରତିଷ୍ଠା ସମର୍ଥ, ସକ୍ଷମ, ଭବ୍ୟ, ଦିବ୍ୟ ଭାରତର ଆଧାର ବନିବ। ଆଜି ଦେଶରେ ନିରାଶା ପାଇଁ ସାମାନ୍ୟ ଜାଗା ନାହିଁ। ଗୁଣ୍ଡୁଚିମୂଷାର ତ୍ୟାଗ ଆମ ମନରୁ ହୀନମନ୍ୟତାକୁ ଦୂର କରିବ। ରାମ ପ୍ରବାହ, ରାମ ପ୍ରଭାବ, ରାମ ନିରନ୍ତର, ରାମ ନିତ୍ୟ, ରାମ ବ୍ୟାପକ, ରାମଙ୍କ ପ୍ରତିଷ୍ଠାର ପ୍ରଭାବ ହଜାର ବର୍ଷ ପାଇଁ ରହିବ, ରାମଙ୍କ ବିଚାର ମାନସରେ ନୁହେଁ, ଜନମାନସରେ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜିର ଏ କ୍ଷଣ କହୁଛି ଆମ ଭବିଷ୍ୟତ, ଇତିହାସଠାରୁ ଆହୁରି ଉଜ୍ଜ୍ୱଳ ହେବ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯେଉଁମାନେ କହୁଥିଲେ ରାମ ମନ୍ଦିର ପ୍ରତିଷ୍ଠା ହେଲେ ନିଆଁ ଜଳିବ, ଆଜି ତାହା ଭୁଲ୍ ବୋଲି ପ୍ରମାଣିତ ହୋଇଛି। ରାମ ନିଆଁ ନୁହେଁ ରାମ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସକ୍ଷମ ଭାରତ ଉଦୟର ସାକ୍ଷୀ ବନିବ ରାମ ମନ୍ଦିର। ଆଗାମୀ ସମୟ ସିଦ୍ଧିର, ଏ ସମୟ ଭାରତର। ଭାରତ ଏବେ ଆଗକୁ ଆଗକୁ ବଢ଼ି ଚାଲିବ। ଆମେ ଆଉ ଅଟକିବୁନି, ବିକାଶର ଆଗକୁ ଆଗକୁ ମାଡ଼ି ଚାଲିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

Ram Temple PM Modi Pran Pratishtha Ram Mandir Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe