Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ସମ୍ମାନ

ତାଙ୍କୁ ଭୁଟାନ ସରକାର 'Order of the Druk Gyalpo’ ପ୍ରଦାନ କରିଛନ୍ତି। ସେ ପ୍ରଥମ ବିଦେଶ ରାଷ୍ଟ୍ର ମୁଖ୍ୟ ଯିଏ ଭୁଟାନର ସର୍ବୋଚ୍ଚ ସମ୍ମାନ ପାଇଛନ୍ତି।

author-image
Hemant Lenka
PM Modi

PM Modi

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ଆଜି ତାଙ୍କୁ ଭୁଟାନ ସରକାର 'Order of the Druk Gyalpo’ ପ୍ରଦାନ କରିଛନ୍ତି। ସେ ପ୍ରଥମ ବିଦେଶ ରାଷ୍ଟ୍ର ମୁଖ୍ୟ ଯିଏ ଭୁଟାନର ସର୍ବୋଚ୍ଚ ସମ୍ମାନ ପାଇଛନ୍ତି।

Advertisment

ଭାରତ-ଭୁଟାନ ସମ୍ପର୍କକୁ ଅଧିକ ମଜବୁତ କରିବା ଓ ଭୁଟାନବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାରୁ ମୋଦିଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ମୋଦି ଭୁଟାନ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଉପରୋକ୍ତ ସମ୍ମାନକୁ ୧୪୦ କୋଟି ଭାରତବାସୀଙ୍କୁ ଉତ୍ସର୍ଗ କରିଛନ୍ତି।

ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଭୁଟନାନ ପକ୍ଷରୁ ମିଳିଥିବା 'Order of the Druk Gyalpo' ସମ୍ମାନ ପାଇବା ମୋ ପାଇଁ ଗର୍ବର ବିଷୟ। ଏହାକୁ ମୁଁ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରୁଛି।

Advertisment

ନିକଟରେ ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଭୁଟାନ ରାଜା ଜିଗମେ ଖେସର ନାମଗୟଲ ୱାଙ୍ଗଚୁକ ତାଙ୍କୁ 'Order of the Druk Gyalpo' ସମ୍ମାନରେ ସମ୍ମାନୀତ କରିଛନ୍ତି।

ଗସ୍ତ ବେଳେ ମିଳିଥିବା ଭବ୍ୟ ସ୍ୱାଗତ ପାଇଁ ମୋଦି ଭୁଟାନବାସୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଭାରତ-ଭୁଟାନ ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ମଜବୁତ କରିବେ ବୋଲି କହିଛନ୍ତି।

PM Modi Bhutan