Advertisment

ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ପଠାଇଲେ ମୋଦି

ଦେଶର ୯.୨୬ କୋଟି ଚାଷୀଙ୍କ ଖାତାକୁ ଆଜି ଟଙ୍କା ପଠା ଯାଇଛି। ଏହା ଯୋଜନାର ୧୭ତମ ଇନଷ୍ଟଲମେଣ୍ଟ। ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଲେଖାଏ ଦେଉଛନ୍ତି।

author-image
Hemant Lenka
PM Modi

PM Modi

ଚାଷୀଙ୍କ ଖାତାକୁ ଆଜି ସିଧାସଳଖ ୨୦ ହଜାର କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏହି ଟଙ୍କା ଆଜି ମୋଦି ରିଲିଜ କରିଛନ୍ତି।

Advertisment

ଦେଶର ୯.୨୬ କୋଟି ଚାଷୀଙ୍କ ଖାତାକୁ ଆଜି ଟଙ୍କା ପଠା ଯାଇଛି। ଏହା ଯୋଜନାର ୧୭ତମ ଇନଷ୍ଟଲମେଣ୍ଟ। ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଲେଖାଏ ଦେଉଛନ୍ତି। ଏହିକ୍ରମରେ ଆଜି ୯.୨୬ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏ ଯାଇଛି।

ଉତ୍ତର ପ୍ରଦେଶର ବାରାଣସୀରେ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଟଙ୍କା ରିଲିଜ କରିଛନ୍ତି। ଲୋକସଭା ନିର୍ବାଚନ ଜିତିବା ପରେ ମୋଦି ପ୍ରଥମଥର ପାଇଁ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତରେ ଯାଇଥିଲେ।

Advertisment

ଜୁନ ୯ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦି ସର୍ବପ୍ରଥମେ ଚାଷୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କା ପଠାଯିବାକୁ ଥିବା ଫାଇଲରେ ଦସ୍ତଖତ କରିଥିଲେ। ଆଜି ସେହି ଟଙ୍କାକୁ ରିଲିଜ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, “ମା’ ଗଙ୍ଗା ମୋତେ କୋଳେଇ ନେଇଛନ୍ତି। ମୁଁ ବାରାଣସୀର ଅଂଶ ବିଶେଷ ହୋଇ ପାରିଛି। କାଶୀର ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ। ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ମୁଁ ପାଇଛି। କାଶୀର ଲୋକମାନେ ମୋତେ ତୃତୀୟ ଥର ପାଇଁ ସେମାନଙ୍କ ପ୍ରତିନିଧି ଭାବେ ବାଛିଛନ୍ତି।

ବାବା ବିଶ୍ୱନାଥ, ମା’ ଗଙ୍ଗା ଓ କାଶୀର ଲୋକମାନେ ଦେଇଥିବା ଭଲ ପାଇବା ପାଇଁ ମୁଁ ତୃତୀୟ ଥର ପାଇଁ ପ୍ରଧାନ ସେବକ ହୋଇପାରିଛି। କାଶୀର ଲୋକମାନେ କେବଳ ଜଣେ ସାଂସଦ ନୁହନ୍ତି ବରଂ ଜଣେ ପ୍ରଧାନମନ୍ତ୍ରୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ କରିଛନ୍ତି। ଚଳିତ ନିର୍ବାଚନରେ ଲୋକଙ୍କ ଜନାଦେଶ ଅଭୂତପୂର୍ବ ରହିଛି। ଏହା ଗୋଟିଏ ଐତିହାସିକ ଉପଲବ୍ଧି ହାସଲ କରିଛି।

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ନିର୍ବାଚିତ ସରକାର କ୍ରମାଗତ ତୃତୀୟଥର ପାଇଁ କ୍ଷମତାକୁ ଆସିବା ଅତ୍ୟନ୍ତ ବିରଳ ଘଟଣା। ତଥାପି ଭାରତର ଲୋକମାନେ ଏହାକୁ ହାସଲ କରିଛନ୍ତି। ୬୦ ବର୍ଷ ତଳେ ଏପରି ଜନାଦେଶ ଦେଖିବାକୁ ମିଳିଥିଲା। କୌଣସି ସରକାର କେବେ ବି ଏପରି ହ୍ୟାଟ୍ରିକ ହାସଲ କରିପାରି ନଥିଲେ।”

କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରିଜେଶ ପାଠକ ପ୍ରମୁଖ ଉପସ୍ଥିତ ରହିଥିଲେ।

PM Modi PM Kisan Nidhi Funds