Advertisment

ମୋଦି-ପୁଟିନ୍‌ଙ୍କ ଭିତରେ କଥାବାର୍ତ୍ତା; ୟୁକ୍ରେନ୍ ଓ ରୁଷରେ ବିଦ୍ରୋହ ପ୍ରସଙ୍ଗ ଉଠିଲା

ୟୁକ୍ରେନ୍‌ ସ୍ଥିତି ନେଇ ପୁଟିନ୍‌ କହିଛନ୍ତି ଯେ ଏହି ଯୁଦ୍ଧ ରାଜନୈତିକ କିମ୍ବା କୁଟନୈତିକ ଉଦ୍ୟମରେ ସମାଧାନ ହୋଇପାରିବ ନାହିଁ।

ଅଦ୍ୟତନ ହୋଇଛି
PM Modi, Russia's Putin

PM Modi, Russia's Putin

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଆଜି ୟୁକ୍ରେନ୍‌କୁ ନେଇ ଫୋନ୍‌ରେ ଆଲୋଚନା ହୋଇଛି। କ୍ରେମଲିନ ଏନେଇ ସୂଚନା ଦେଇଛି। ଅଲୋଚନା ବେଳେ ଦୁଇନେତା ସାଙ୍ଘାଇ ସହଯୋଗ ସଂଗଠନ ତଥା ଜି-୨୦ ଭିତରେ ସହଯୋଗ ନେଇ ଆଲୋଚନା କରିଥିଲେ। ଦୁଇପକ୍ଷ ପରସ୍ପର ସହ ସହଯୋଗ ନେଇ ମଧ୍ୟ ଅଲୋଚନା କରିଥିଲେ। ସେହିପରି ୨୪ ଜୁନ୍‌ରେ ରୁଷରେ ଦେଖାଦେଇଥିବା ବିଦ୍ରୋହ, ବର୍ତ୍ତମାନ ଶୃଙ୍ଖଳା ବ୍ୟବସ୍ଥା ଓ ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ।

Advertisment

ୟୁକ୍ରେନ୍‌ ସ୍ଥିତି ନେଇ ପୁଟିନ୍‌ କହିଛନ୍ତି ଯେ ଏହି ଯୁଦ୍ଧ ରାଜନୈତିକ କିମ୍ବା କୁଟନୈତିକ ଉଦ୍ୟମରେ ସମାଧାନ ହୋଇପାରିବ ନାହିଁ।

ସେହିପରି ଭାରତ-ରୁଷ ଭିତରେ ସାମରିକ ସହଯୋଗ, ପ୍ରମୁଖ ସମନ୍ୱୟ ପରିଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଅଲୋଚନା ହୋଇଥିଲା। ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ବ୍ୟବସାୟରେ ବୃଦ୍ଧି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ମୋଦି ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ ଓ ଗତ ବିଦେଶଗସ୍ତ ବିଷୟ ପୁଟିନ୍‌ଙ୍କୁ କହିଥିଲେ। ଦୁଇଦେଶ ନିଜନିଜ ଭିତରେ ସମ୍ପର୍କକୁ ମଜଭୁତ କରିବାକୁ ବିଶେଷ ଭାବେ ଅଲୋଚନା ହୋଇଥିବା କ୍ରେମଲିନ୍‌ ପକ୍ଷରୁ କୁହାଯାଇଛି।

Advertisment
Russia-Ukraine War Narendra Modi India Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe