Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ବିବାଦ: ରେକର୍ଡ ସାର୍ବଜନୀନ କରିବା ନିର୍ଦ୍ଦେଶ ଖାରଜ

ଆରଟିଆଇ କର୍ମୀ ନୀରଜଙ୍କ ଆବେଦନକୁ ଗ୍ରହଣ କରି ସିଆଇସି ପକ୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ୧୯୭୮ ମସିହାରେ ବିଏ ପରୀକ୍ଷା ପାସ୍‌ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କ ତଥ୍ୟ ସାର୍ବଜନୀନ କରିବାକୁ କୁହାଯାଇଥିଲା।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ ଚାଲିଥିବା ବିବାଦରେ ବଡ଼ ଟ୍ୱିଷ୍ଟ ଆସିଛି। ୨୦୧୬ରେ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ରେକର୍ଡ ସାର୍ବଜନୀନ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସିଆଇସି ଜଣେ ଆରଟିଆଇ କର୍ମୀଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୯୭୮ ମସିହା ବିଏ ରେକର୍ଡକୁ ଯାଞ୍ଚ ପାଇଁ ଅନୁମତି ଦେଇଥିଲେ। ସେହିବର୍ଷ ପ୍ରଧାନମନ୍ତ୍ରୀ ମୋଦି ଗ୍ରାଜ୍ୟୁଏଟ ହୋଇଥିଲେ। ତେଣୁ ତାଙ୍କ ଡିଗ୍ରୀକୁ ମଧ୍ୟ ଆରଟିଆଇ କର୍ମୀ ଦେଖିବାର ଅନୁମତି ପାଇଥିଲେ।

Advertisment

କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ସିଆଇସି ୨୦୧୬ ଡିସେମ୍ବର ୨୧ରେ ରେକର୍ଡ ଯାଞ୍ଚକୁ ଅନୁମତି ଦେଇଥିଲେ। ଏହା ବିରୋଧରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରଥମ ଶୁଣାଣି ଅର୍ଥାତ ୨୦୧୭ ମସିହା ଜାନୁଆରୀ ୨୪ରେ ହିଁ ଏହି ନିର୍ଦ୍ଦେଶ ଉପରେ କୋର୍ଟ ରୋକ ଲଗାଇଥିଲେ। ଏବେ ଏହାକୁ ବିଧିବଦ୍ଧ ଭାବେ ଖାରଜ କରି ଦିଆଯାଇଛି।

ଆରଟିଆଇ କର୍ମୀ ନୀରଜଙ୍କ ଆବେଦନକୁ ଗ୍ରହଣ କରି ସିଆଇସି ପକ୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ୧୯୭୮ ମସିହାରେ ବିଏ ପରୀକ୍ଷା ପାସ୍‌ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କ ତଥ୍ୟ ସାର୍ବଜନୀନ କରିବାକୁ କୁହାଯାଇଥିଲା। ରୋଲ ନମ୍ବର, ବାପା ମା’ଙ୍କ ନାଁ ଓ ମାର୍କ ଆଦିର ତଥ୍ୟ ଆବେଦନକାରୀଙ୍କୁ ଦେବାକୁ ସିଆଇସି କହିଥିଲା।

Advertisment

ହେଲେ ଏହା ଜଣେ ଶିକ୍ଷାର୍ଥୀଙ୍କ ଗୋପନୀୟତାର ଉଲ୍ଲଙ୍ଘନ କରିବ ବୋଲି ଦାବି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହାଇକୋର୍ଟରେ ପହଞ୍ଚିଥିଲା। ୧୯୭୮ରେ ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷାର୍ଥୀଙ୍କ ବ୍ୟକ୍ତିଗତ ତଥ୍ୟକୁ ବିଶ୍ୱବିଦ୍ୟାଳୟ ସାର୍ବଜନୀନ କରିପାରିବ ନାହିଁ ବୋଲି କହିଥିଲା।

ବିଶ୍ୱବିଦ୍ୟାଳୟ ଯୁକ୍ତି ଉପସ୍ଥାପନ କରି କହିଥିଲା ଯେ ଶିକ୍ଷାର୍ଥୀଙ୍କ ତଥ୍ୟ ପ୍ରତ୍ୟେକ୍ଷ କ୍ଷମତାରେ ରଖାଯାଏ। ଏହା ଆରଟିଆଇ ଆକ୍ଟ ଅଧୀନରେ ସାର୍ବଜନୀନ ହୋଇପାରିବ ନାହିଁ। ଏହାକୁ ଆରଟିଆଇରୁ ବାଦ ଦିଆଯାଇଛି।

PM Modi