Advertisment

୫ ବର୍ଷରେ ପ୍ରଥମ: ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଦୀର୍ଘ ୪୧ ବର୍ଷ ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଅଷ୍ଟ୍ରିଆ ଗସ୍ତ କରିବାର ରେକର୍ଡ ସୃଷ୍ଟି କରିବେ।

Putin

Putin

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮ ଓ ୯ ଦୁଇ ଦିନ ଧରି ରୁଷ ଗସ୍ତରେ ଯିବେ। ସେଠାରେ ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ।

Advertisment

ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ପ୍ରକାରର ସମ୍ପର୍କର ସେ ସମୀକ୍ଷା କରିବେ। ରୁଷ ଗସ୍ତ ପରେ ମୋଦି ଅଷ୍ଟ୍ରିଆ ଯିବେ।  ଦୀର୍ଘ ୪୧ ବର୍ଷ ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଅଷ୍ଟ୍ରିଆ ଗସ୍ତ କରିବାର ରେକର୍ଡ ସୃଷ୍ଟି କରିବେ। ସେହିପରି ୫ ବର୍ଷ ମଧ୍ୟରେ ସେ ପ୍ରଥମଥର ଜୁଲାଇ ୮ରେ ରୁଷ ଯିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

ମୋଦି ଶେଷ ଥର ପାଇଁ ୨୦୧୯ରେ ରୁଷ ଗସ୍ତରେ ଯାଇଥିଲେ। ଭ୍ଲାଡିଭୋଷ୍ଟୋକରେ ଆୟୋଜିତ ଗୋଟିଏ ଅର୍ଥନୀତିକ କନକ୍ଲେଭରେ ସେ ସାମିଲ ହୋଇଥିଲେ। ସେବେଠାରୁ ଅନେକ କିଛି ବଦଳି ଯାଇଥିଲେ ମଧ୍ୟ ମୋଦି ରୁଷ ଯାଇ ନଥିଲେ। କିନ୍ତୁ ଏବେ ସେ ରୁଷ ଗସ୍ତରେ ଯାଉଛନ୍ତି।

Advertisment

ଭାରତ-ରୁଷ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସମ୍ମିଳନୀ ସମୟରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଓ ରଣନୀତିକ ସମ୍ପର୍କରେ ବିଷୟରେ ଆଲୋଚନା ହେବ। ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମୋଦି ସାକ୍ଷାତ କରିବେ।

ଏଯାଏ ୨୧ଟି ବାର୍ଷିକ ସମ୍ମିଳନୀ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଶେଷ ଥର ପାଇଁ ୨୦୨୧ ମସିହା ଡିସେମ୍ବର ୬ରେ ଭାରତ-ରୁଷ ମଧ୍ୟ ନୂଆଦିଲ୍ଲୀରେ ବାର୍ଷିକ ସମ୍ମିଳନୀ ହୋଇଥିଲା। ଏଥିରେ ଯୋଗଦେବାକୁ ରୁଷ ରାଷ୍ଟ୍ରପତି ପୁଟିନ ଆସିଥିଲେ।

ମୋଦି ରୁଷରୁ ସିଧା ଅଷ୍ଟ୍ରିଆ ଯିବେ। ସେଠାରେ ଜୁଲାଇ ୯ ଓ ୧୦ରେ ଅନୁଷ୍ଠିତ ହେବାକୁ ଥିବା ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଅଷ୍ଟ୍ରିଆରେ ସେ ରାଷ୍ଟ୍ରପତି ଆଲେକ୍ସଜାଣ୍ଡେର ଭାନ ଡେର ବେଲ୍ଲେନ ଓ ଅଷ୍ଟ୍ରିଆ ଚାନସେଲର କାର୍ଲ ନେହାମେରଙ୍କ ସହ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ମୋଦି ଓ ଚାନସେଲର କାର୍ଲ ଭାରତ ଓ ଅଷ୍ଟ୍ରିଆର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରିବେ। ମସ୍କୋ ଓ ଭିଏନ୍ନାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ମୋଦି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି।

PM Modi Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe