Advertisment

ଆମେରିକା ଗସ୍ତରେ ମୋଦି, ଦେଲେ ବଡ଼ ବୟାନ

ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ବିଶ୍ୱ ଯୋଗ ଦିବସରେ ମଧ୍ୟ ସାମିଲ ହେବେ। ଏଠାରେ ଥିବା ମିଳିତ ଜାତିସଂଘ ମୁଖ୍ୟାଳୟରେ ଜୁନ ୨୧ରେ ଅନୁଷ୍ଠିତ ହେବାକୁ ଥିବା ଯୋଗ ସେସନ୍ସର ଅଧ୍ୟକ୍ଷତା ମୋଦି କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ସମୟରେ ତାଙ୍କୁ ପ୍ରଥମଥର ହ୍ୱାଇଟହାଉସ୍‌ରେ ଆତିଥ୍ୟ ପ୍ରଦାନ କରାଯିବ। ଏହି ଐତିହାସିକ ଗସ୍ତ ଓ ଭେଟଘାଟ ପୂର୍ବରୁ ଆମେରିକା ସହ ଭାରତର ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଆମେରିକା ଓ ଭାରତର ସମ୍ପର୍କ ଅତ୍ୟନ୍ତ ଗଭୀର ଓ ଶକ୍ତିଶାଳୀ। ଦୁଇ ଦେଶ ମଧ୍ୟରେ ଗୋଟିଏ ଅଭୂତପୂର୍ବ ବିଶ୍ୱାସ ରହିଛି। ପୂରା ବିଶ୍ୱରେ ଭାରତର ଭୂମିକା ଅଧିକ ଉଚ୍ଚ, ଗଭୀର ବୋଲି ମୋଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ କହିଛନ୍ତି। ମୋଦି ପ୍ରଥମଥର ଆମେରିକାକୁ ସରକାରୀ ଗସ୍ତ ବା ଷ୍ଟେଟ ଭିଜିଟରେ ଯାଉଥିବା ବେଳେ ଏପରି କଥା କହିଛନ୍ତି।

ସେ କହିଛନ୍ତି, “ଆମେ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତରେ ବିଶ୍ୱାସ କରି ଆସିଛୁ। ଆମେ ପ୍ରଚଳିତ ନିୟମକୁ ଅନୁକରଣ କରି ଚାଲିଛୁ ଓ ବିଭିନ୍ନ ବିବାଦକୁ ଶାନ୍ତି ପ୍ରସ୍ତାବ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଛୁ। ଏହି ସମୟରେ ଭାରତ ସଂପୂର୍ଣ୍ଣ ଭାବେ ତା’ର ସଂପ୍ରଭୃତା ଓ ସମ୍ମାନକୁ ସୁରକ୍ଷା କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ।”

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ୍ଲ ବାଇଡେନଙ୍କ ନିମୟନ୍ତ୍ରଣ କ୍ରମେ ମୋଦି ମଙ୍ଗଳବାର ଆମେରିକାକୁ ପ୍ରଥମଥର ପାଇଁ ଷ୍ଟେଟ ଭିଜିଟରେ ଯାଇଛନ୍ତି।

ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ବିଶ୍ୱ ଯୋଗ ଦିବସରେ ମଧ୍ୟ ସାମିଲ ହେବେ। ଏଠାରେ ଥିବା ମିଳିତ ଜାତିସଂଘ ମୁଖ୍ୟାଳୟରେ ଜୁନ ୨୧ରେ ଅନୁଷ୍ଠିତ ହେବାକୁ ଥିବା ଯୋଗ ସେସନ୍ସର ଅଧ୍ୟକ୍ଷତା ମୋଦି କରିବେ।

ମୋଦି କହିଛନ୍ତି, “ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲି। ଏଥିପାଇଁ ମୋ ଚିନ୍ତାଧାର, କାର୍ଯ୍ୟଶୈଳୀ, ମୁଁ କ’ଣ କହୁଛି ଓ କରୁଛି, ସବୁକିଛି ମୋ ଦେଶର ସଂସ୍କାର ଓ ପରମ୍ପରାରୁ ଅନୁପ୍ରାଣିତ ହୋଇଛି। ମୁଁ ଏଥିରୁ ଶକ୍ତି ପାଇଥାଏ। ମୁଁ ମୋ ଦେଶକୁ ପୂରା ବିଶ୍ୱରେ ମୋ ଦେଶ କ’ଣ ତା’କୁ ପ୍ରଦର୍ଶିତ କରୁଛି। ମୁଁ କ’ଣ ସେକଥା ମଧ୍ୟ ପ୍ରର୍ଶନ କରୁଛି।

ଭାରତ କେବେ ହେଲେ କୌଣସି ଦେଶକୁ ହଟାଇବାକୁ ଚାହୁଁ ନାହିଁ। ଭାରତ ତା’ର ଉପଯୁକ୍ତ ଭୂମିକା ପୂରା ବିଶ୍ୱରେ ପ୍ରତିପାଦନ କରିବା ପ୍ରକ୍ରିୟାରେ ରହିଛି। ପୂର୍ବାପେକ୍ଷା ପୂରା ବିଶ୍ୱ ପରସ୍ପର ଉପରେ ନିର୍ଭରଶୀଳ। ସବୁ କିଛି ଠିକ୍‌ କରିବା ପାଇଁ ସପ୍ଲାଏ ଚେନ୍‌କୁ ବୃଦ୍ଧି କରିବାକୁ ପଡ଼ିବ।”

India-USA Discussion Joe Biden PM Modi