Advertisment

ଜୁନ୍‌ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି

ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସେତେଟା ଭଲ କାମ କରିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ଦେଶରେ ସରକାର ଗଢିବାକୁ ଯାଉଛି।

PM Modi

PM Modi

Advertisment

ଦେଶରେ ଏଥର ମୋଦି-୩.୦। ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ସେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ଜୁନ୍‌ ୮ ତାରିଖ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

Advertisment

ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସେତେଟା ଭଲ କାମ କରିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ଦେଶରେ ସରକାର ଗଢିବାକୁ ଯାଉଛି। ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନ ହାତେଇବାରେ ସଫଳ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଏନ୍‌ଡିଏ ୪୦୦ ପାର୍‌ କରିବ ବୋଲି ନାରା ଦେଇଥିଲେ। ସେହିପରି ବିଜେପି ପାଇଁ ୩୭୦ ଆସନ ଲକ୍ଷ୍ୟ ରଖିଥିଲେ। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ୱପ୍ନକୁ ଧୂଳିସାତ କରିଦେଇଛି। ୪୦୦ ପାର୍ ଦୂରର କଥା ଏନ୍‌ଡିଏ ଏଥର ୩୦୦ ବି ଛୁଇଁ ପାରି ନାହିଁ।

Advertisment

ସେହିପରି ବିଜେପି ପାଇଁ ୩୭୦ ଆସନ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ଦଳ ଏବେ ଏକାକୀ ସରକାର ଗଠନ କରିବା ସ୍ଥିତିରେ ନାହିଁ। ସରକାର ଗଠନ ଲାଗି ମ୍ୟାଜିକ୍‌ ନମ୍ବର ୨୭୨ ରହିଛି। ବିଜେପିକୁ ମାତ୍ର ୨୪୧ଟି ଆସନ ମିଳିଛି। ତେଣୁ ସରକାର ଗଠନ ପାଇଁ ବିଜେପିକୁ ସହଯୋଗୀ ଦଳଙ୍କ ସମର୍ଥନ ଦରକାର ପଡିବ।

PM Modi LokSabha Election Results 2024 Swearing Ceremony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe