Advertisment

ବିବିସି ଡକ୍ୟୁମେଣ୍ଟାରୀ ବିବାଦ ଭିତରେ ଚେତାବନୀ ଦେଲେ ମୋଦି

ଦେଶରେ ମତଭେଦ ବୁଣିବା ଏବଂ ଦେଶରେ ବିଭାଜନ ସୃଷ୍ଟି କରିବା ପାଇଁ ଏଭଳି ଉଦ୍ୟମ କେବେ ସଫଳ ହେବ ନାହିଁ ବୋଲି ଦେଶବାସୀଙ୍କୁ ଚେତାବନୀ ଦେଇ ମୋଦି କହିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଦିନକୁ ଦିନ ବଢ଼ିବାରେ ଲାଗିଛି ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ। ଏହାର ସ୍କ୍ରିନିଂ ନେଇ ବିଭିନ୍ନ ସ୍ଥାନରେ ଲାଗି ରହିଛି ହଙ୍ଗାମା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ମୁହଁ ଖୋଲିଛନ୍ତି। ଦେଶରେ ମତଭେଦ ବୁଣିବା ଏବଂ ଦେଶରେ ବିଭାଜନ ସୃଷ୍ଟି କରିବା ପାଇଁ ଏଭଳି ଉଦ୍ୟମ କେବେ ସଫଳ ହେବ ନାହିଁ ବୋଲି ଦେଶବାସୀଙ୍କୁ ଚେତାବନୀ ଦେଇ ମୋଦି କହିଛନ୍ତି।

Advertisment

ଗତକାଲି ମୋଦି ଦିଲ୍ଲୀ ଛାଓ୍ୱନୀ କରିୟପ୍ପା ମୌଦାନରେ ଆୟୋଜିତ ଏନ୍‌ସିସିର ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, ' ଦେଶକୁ ଭାଙ୍ଗିବା ପାଇଁ ମଉକା ଖୋଜା ଚାଲିଛି। ଭାରତ ମାତାଙ୍କ ସନ୍ତାନଙ୍କ ମଧ୍ୟରେ ବିଭାଜନ ଉତ୍ପନ୍ନ କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଚାଲିଛି। ତେବେ ଏହି ପ୍ରକାରର ପ୍ରାୟସ ମଜଭୁତ ଭାତରକୁ କେବେବି ଭାଙ୍ଗି ପାରିବ ନାହିଁ। ଏକତାର ମନ୍ତ୍ର ହିଁ ଭାତର ପାଇଁ ଶ୍ରେଷ୍ଠତା ହାଲସ କରିବାର ଏକ ମାତ୍ର ଉପାୟ। ଏକାତା ହିଁ ଭାରତର ଶକ୍ତି, ଯାହାଦ୍ୱାରା ଭାରତ ବୈଭବ ହାସଲ କରିବ।'

ମୋଦି ଆହୁରି କହିଛନ୍ତି, 'ଯୁବପିଢ଼ି ପାଇଁ ସମଗ୍ର ବିଶ୍ୱ ଭାରତ ଆଡକୁ ଚାହିଁ ରହିଛି। ତାଙ୍କ ସରକାର ଡିଜିଟାଲ୍, ଷ୍ଟାର୍ଟ ଅପ୍ ଏବଂ ଇନୋଭେସନ୍ ରିଭୋଲ୍ୟୁସନ୍ ଗଠନ କରିଛନ୍ତି। ଏଥିରୁ ଯୁବକମାନେ ଉପକୃତ ହେଉଛନ୍ତି। ଭାରତର ଯୁବକମାନଙ୍କ ପାଇଁ ନୂଆ ସୁଯୋଗର ସମୟ ଆସିଛି। ସମସ୍ତେ ଅନୁମାନ କରୁଛନ୍ତି ଯେ ଏବେ ଭାରତର ସମୟ ଆସିଛି।' ମୋଦି ନିଜର ଏହି ବୟାନ ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଉଠିଥିବା ବିବାଦକୁ ଟାର୍ଗେଟ କରି କହିଥିବା କୁହାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍‌ୟୁ, ଜାମିଆ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ) ସମେତ ବିଭିନ୍ନ ବିଶ୍ୱବିଦ୍ୟାଳରେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା ହୋଇଛି। ଏହି ଘଟଣାରେ ପୁଲିସ ଅନେକ ଜଣଙ୍କୁ ଅଟକ ମଧ୍ୟ ରଖିଛି।

PM Modi BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe