Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ହଠାତ୍‌ କାର୍‌ ଆଗକୁ ଡେଇଁଲେ ମହିଳା

ତୁରନ୍ତୁ ଉକ୍ତ ମହିଳାଙ୍କୁ ଅଟକ ରଖାଯାଇଛି। ପୁଲିସ ତାଙ୍କୁ ପଚରାଉଚରା ଜାରି ରଖିଛି।

PM modi security breach

PM modi security breach

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ତାଙ୍କ କାର୍‌ ଆଗକୁ ହଠାତ୍‌ ଜଣେ ମହିଳା ଡେଇଁ ପଡ଼ିଛନ୍ତି। ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ବ୍ରେକ୍‌ ମାରି କାର୍‌କୁ ଅଟକାଇଛନ୍ତି ଚାଳକ। ତୁରନ୍ତୁ ଉକ୍ତ ମହିଳାଙ୍କୁ ଅଟକ ରଖାଯାଇଛି। ପୁଲିସ ତାଙ୍କୁ ପଚରାଉଚରା ଜାରି ରଖିଛି। ବୁଧବାର ରାଞ୍ଚିରେ ଏହି ଘଟଣା ଘଟିଛି।

Advertisment

ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ ତିଆରି ହୋଇଥିବା ବିର୍‌ସା ମେମୋରିଆଲ ପାଖକୁ ଯାଉଥିଲେ। ଏତିକି ବେଳେ ଏସ୍‌ଏସ୍‌ପି ବାସଭବନ ଆଖରେ ଥିବା ରେଡିୟମ୍‌ ରୋଡ୍‌ରେ ମୋଦିଙ୍କ କାର୍‌ ଆଗକୁ ହଠାତ୍‌ ଜଣେ ମହିଳା ଦୌଡି ଚାଲି ଆସିଥିଲେ।

କୁହାଯାଉଛି ଯେ, ମହିଳା ଜଣକ କିଛି ଘରୋଇ ସମସ୍ୟା ରହିଛି। ସେ ତାଙ୍କ ସମସ୍ୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବାକୁ ଚାହୁଁଥିଲେ। ସେ ରାସ୍ତାର ପାର୍ଶ୍ୱରେ ଠିଆ ହୋଇ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ କାର ଦେଖିବା ମାତ୍ରେ ସେ ଡେଇଁ ପଡିଥିଲେ। ନିକଟରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍ ଆଗକୁ ବଢ଼ିଥିଲା।

Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହି ତ୍ରୁଟିକୁ ନେଇ ଏବେ ଚାରିଆଡେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ଜନଜାତି ଗୌରବ ଦିବସରେ ଅନେକ ଉପହାର ନେଇ ଝାଡଖଣ୍ଡକୁ ଆସିଥିଲେ। ମଙ୍ଗଳବାର ରାତିରେ ରାଞ୍ଚିରେ ତାଙ୍କର ରୋଡ୍ ଶୋ' ମଧ୍ୟ ଅନୁଷ୍ଠିତ ହୋଇଥିଲା।

PM Modi Ranchi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe