Advertisment

ଖାସ୍‌ ଜ୍ୟାକେଟ ପିନ୍ଧି ମୋଦି ଆସିଲେ ଲୋକସଭା

ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବା ପାଇଁ ସେ ଏହି ଖାସ୍ ଜ୍ୟାକେଟ୍ ପିନ୍ଧି ଆସିଥିଲେ।

ଅଦ୍ୟତନ ହୋଇଛି
Prime Minister Narendra Modi

Prime Minister Narendra Modi

Advertisment

ଖାସ୍‌ ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଲେ ସଂସଦ। ଲୋକସଭାକୁ ସେ ଏହି ଖାସ୍ ବ୍ଲୁ ରଙ୍ଗର ଜ୍ୟାକେଟ ପିନ୍ଧି ଆସିଛନ୍ତି। ଯାହାକୁ ନେଇ ସବୁଠି ଆଲୋଚନା। ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବା ପାଇଁ ସେ ଏହି ଖାସ୍ ଜ୍ୟାକେଟ୍ ପିନ୍ଧି ଆସିଥିଲେ। ଏହି ଜ୍ୟାକେଟ୍ ଅଦରକାରୀ ପ୍ଲାଷ୍ଟିକ୍ ବୋତଲରୁ ପ୍ରସ୍ତୁତ ହୋଇଛି।

Advertisment

ଏହି ଜ୍ୟାକେଟକୁ ତାଙ୍କୁ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ସୋମବାର ବେଙ୍ଗାଲୁରୁ ଠାରେ ଏନର୍ଜି ସପ୍ତାହ ଅବସରରେ ଉପହାରରେ ମିଳିଥିଲା।

ସେପଟେ ଜଣାପଡ଼ିଛି ୧୦ କୋଟି ଅଦରକାରୀ ପିଇଟି ବୋତଲ ରିସାଇକେଲ କରାଯାଇ ଇଣ୍ଡିଆନ୍‌ ଅଏଲର କର୍ମଚାରୀ ଓ ସଶସ୍ତ୍ର ବାହିନୀ ନିମନ୍ତେ ଦୀର୍ଘସ୍ଥାୟୀ ପୋଷାକ ତିଆରି କରାଯାଇଛି।

Advertisment

ସୂଚନା ଥାଉକି, ୧୯ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ସରକାର ନିକଟରେ ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଛନ୍ତି। ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ଗୁରୁତ୍ୱକୁ ମଧ୍ୟ କମାଇବ। ଏହା ଦେଶର ବୈଷୟିକ ଜ୍ଞାନ ଓ ବଜାରରେ ଅଗ୍ରଣୀ ଭୂମିକାକୁ ପ୍ରତିପାଦିତ କରିବ ବୋଲି ଜଣାପଡ଼ିଛି।

Parliament Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe