/odisha-reporter/media/post_attachments/uploadimage/library/16_9/16_9_0/PM_Modi__1697627537.jpg)
PM Modi
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଗାଜାରେ ଥିବା ଅଲ ଅହଲି ହସ୍ପିଟାଲରେ ଭୟଙ୍କର ରକେଟ ମାଡ଼ ହୋଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସବୁ କିଛି ଛାରଖାର ହୋଇଯାଇଯାଇଛି।
ଯୁଦ୍ଧ ଭିତରେ ଏପରି ହମଲାକୁ ସମସ୍ତେ ନିନ୍ଦା କରିଛନ୍ତି। କିଛି ରାଷ୍ଟ୍ର ହମଲା ପଛରେ ହମାସ ଥିବା କଥା କହୁଥିବା ବେଳେ ଅଧିକାଂଶ ରାଷ୍ଟ୍ର ଇସ୍ରାଏଲକୁ ଏଥିପାଇଁ ଦାୟୀ କରୁଛନ୍ତି।
ଏହିକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜା ହସ୍ପିଟାଲ ହୋଇଥିବା ହମଲା ଘଟଣାରେ ପୂରା ସ୍ତବ୍ଧ ହୋଇଯାଇ ଥିବା କହିଛନ୍ତି। ଏଥିସହ ଘଟଣାରେ ସାମିଲ ଥିବା ଲୋକଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବା ଉଚିତ ବୋଲି ମୋଦି କହିଛନ୍ତି।
ସେ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟ୍ୱିଟରର)ରେ ଲେଖିଛନ୍ତି ଯେ ଗାଜାର ଅଲ ଅହଲି ହସ୍ପିଟାଲରେ ଘଟିଥିବା ଘଟଣାରେ ମୃତାହତ ସଂଖ୍ୟା ଦେଖି ଗଭୀର ଭାବେ ମାର୍ମହତ ଓ ସ୍ତବ୍ଧ। ଘଟଣାରେ ପ୍ରଭାବିତ ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ଆମେ ଶୋକ ପ୍ରକାଶ କରୁଛୁ।
ଆହତ ହୋଇଥିବା ଲୋକଙ୍କୁ ଆଶୁ ଆରୋଗ୍ୟ କାମନା କରୁଛୁ। ବର୍ତ୍ତମାନ ଜାରି ରହିଥିବା ବିବାଦ ମଧ୍ୟରେ ସାଧାରଣ ଲୋକ ମୃତାହତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଲାଗି ରହିଥିବା ଚିନ୍ତାର ବିଷୟ। ଏଥିରେ ସାମିଲ ଥିବା ଲୋକଙ୍କୁ ଉତ୍ତରାଦାୟୀ କରାଯାଉ।”
ମଙ୍ଗଳବାର ହସ୍ପିଟାଲ ଉପରେ ହୋଇଥିବା ହମଲା ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଛି। କିନ୍ତୁ ଏହାକୁ ଇସ୍ରାଏଲ ସେନା ଖଣ୍ଡନ କରିଛି। ପାଲେଷ୍ଟାଇନର ଆତଙ୍କୀ ସଂଗଠନ ଇସଲାମିକ ଜିହାଦ ମାଡ଼ କରିଥିବା ରକେଟ ଦିଗଚ୍ୟୁତ ହୋଇ ହସ୍ପିଟାଲରେ ପଡ଼ିଥିବା ଇସ୍ରାଏଲ ସେନା ମତ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
