Advertisment

'ମନ୍‌ କୀ ବାତ୍‌'ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଶୀର୍ବାଦ କାମନା କଲେ ମୋଦି

ଆଜି ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ।

author-image
Madhupriya Mistry
Modi on Rath Yatra

Modi on Rath Yatra

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରବିବାର ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ବଖାଣିଛନ୍ତି ମୋଦି। ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଦେଶବାସୀଙ୍କ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜୁନ୍ ୩୦ର ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମର ଆଦିବାସୀ ଭାଇ ଓ ଭଉଣୀମାନେ ଏହି ଦିନକୁ ‘ହୁଲ୍ ଦିବସ’ ଭାବରେ ପାଳନ କରନ୍ତି। ଏହି ଦିନ ସାହସୀ ସିଦ୍ଧୋ-କାହ୍ନୁଙ୍କ ଆଶ୍ଚର୍ଯ୍ୟଜନକ ସାହସ ସହିତ ଜଡିତ, ଯିଏ ବିଦେଶୀ ଶାସକଙ୍କ ଅତ୍ୟାଚାରକୁ ଦୃଢ଼ ବିରୋଧ କରିଥିଲେ।

ସେ କହିଛନ୍ତି ଯେ ଜୁନ୍ ମାସରେ ଦୁଇଟି କାରିବିଆନ୍ ଦେଶ ସୁରିନାମ ଏବଂ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ସେମାନଙ୍କର ଭାରତୀୟ ଐତିହ୍ୟକୁ ସମ୍ପୂର୍ଣ୍ଣ ଉତ୍ସାହର ସହ ପାଳନ କରିଥିଲେ। ସୁରିନାମାରେ ଥିବା ଭାରତୀୟ ସମ୍ପ୍ରଦାୟ ପ୍ରତିବର୍ଷ ୫ ଜୁନ୍‌ରେ ଭାରତୀୟ ଆଗମନ ଦିବସ ଏବଂ ବିଦେଶ ଦିବସ ଭାବରେ ପାଳନ କରିଥାନ୍ତି।

Advertisment

ପ୍ରଧାନମନ୍ତ୍ରୀ ନିକଟରେ ପାଳନ କରାଯାଇଥିବା ଯୋଗ ଦିବସର ମହତ୍ୱ ବିଷୟରେ କହିଛନ୍ତି। ଏହା ଜୀବନ ପାଇଁ କେତେ ମହତ୍ୱ ତାହା କହିଥିଲେ। ସେ କହିଛନ୍ତି ଏହି ମାସରେ ସମଗ୍ର ବିଶ୍ୱ ଯୋଗ ଦିବସକୁ ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରିଛି। ମୁଁ ଶ୍ରୀନଗର, ଜମ୍ମୁ-କଶ୍ମୀରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲି। ଯୋଗ ଦିବସରେ କଶ୍ମୀରରେ ଯୁବକ, ଭଉଣୀ ଏବଂ ଝିଅମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।

ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ତେବେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। 

ପ୍ରଧାନମନ୍ତ୍ରୀ ଜୁନ୍‌ ୧୮ରେ ଘୋଷଣା କରିଥିଲେ ଯେ, ଜୁନ୍‌ ୩୦ରୁ ଦେଶବାସୀ ପୁଣି ଥରେ ‘ମନ୍‌ କି ବାତ୍‌’ ରେଡିଓ କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ପାଇବେ। ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ, MyGov Open Forum ଏବଂ ନମୋ ଆପ୍‌ରେ ସେମାନଙ୍କର ଧାରଣା ପଠାଇ ପାରିବେ, ଯାହା ‘ମନ୍‌ କି ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଆଲୋଚନା ହେବ।

Ratha Yatra PM Modi Mann Ki Baat