Advertisment

ହମାସ ଆଟାକ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଇସ୍ରାଏଲକୁ ଖୋଲା ସମର୍ଥନ କରିଛି ଭାରତ।

author-image
Hemant Lenka
PM Modi

PM Modi

ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସର ଆଟାକକୁ କାଉଣ୍ଟର କରିବା ପାଇଁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ ଉପରେ ଜୋରଦାର ହମଲା କରିଛି।

Advertisment

ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଇସ୍ରାଏଲକୁ ଖୋଲା ସମର୍ଥନ କରିଛି ଭାରତ। ଆଜି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଭାରତ ଆତଙ୍କବାଦର ସବୁ ପ୍ରକାରର ପଦକ୍ଷେପ ଓ ରୂପକୁ ଦୃଢ଼ ନିନ୍ଦା କରୁଛି ବୋଲି ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଜଣାଇ ଦେଇଛନ୍ତି।

ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ମୋଦି କହିଛନ୍ତି ଯେ ସେ ଫୋନ ଯୋଗେ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। ଏହି ସମୟରେ ନେତାନ୍ୟାହୁ ତାଙ୍କୁ ଇସ୍ରାଏଲରେ ଜାରି ରହିଥିବା ସାଂଘାତିକ ପରିସ୍ଥିତି ସମ୍ପର୍କରେ ଅପଡେଟ ଦେଇଛନ୍ତି।

Advertisment

ମୋଦି ତାଙ୍କୁ କହିଛନ୍ତି ଯେ “ଏପରି ଏକ କଠିନ ସମୟରେ ଭାରତର ଲୋକମାନେ ଇସ୍ରାଏଲ ସହ ରହିଛନ୍ତି। ଭାରତ ବେଶ ଦୃଢ଼ତା ଓ ସ୍ପଷ୍ଟତାର ସହ ଆତଙ୍କବାଦର ସବୁ ପ୍ରକାରର ପଦକ୍ଷେପକୁ ନିନ୍ଦା କରୁଛି।”

ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ହମାସ ପକ୍ଷରୁ ଶନିବାର ହଠାତ୍‌ ଇସ୍ରାଏଲ ଉପରେ ୫ ହଜାର ରକେଟ ମାଡ଼ କରାଯାଇଥିଲା।

ଏହାପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ପ୍ରବେଶ କରି ଆକ୍ରମଣ କରି ଦେଇଥିଲେ। ଇସ୍ରାଏଲ ମଧ୍ୟ କାଉଣ୍ଟର ଆଟାକ କରିବାକୁ ଆଦୌ ପଛାଇ ନଥିଲା। ଏହି ଆଟାକ ଓ କାଉଣ୍ଟର ଆଟାକ ମଧ୍ୟରେ ୧୬ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

PM Modi Israel Declares War Israel-Palestine Conflict