Advertisment

ୟୁକ୍ରେନରୁ ଫେରିଥିବା ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ

ୟୁକ୍ରେନରୁ ଫେରିବା ପରେ ମୋଦି ଆଜି ବେଶ କିଛି ସମୟ ଧରି ଫୋନରେ ପୁଟିନଙ୍କ ସହ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

author-image
Hemant Lenka
PM Modi

PM Modi

ନିକଟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନ ଗସ୍ତ କରିଥିବା ନରେନ୍ଦ୍ର ମୋଦି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଦୀର୍ଘ ଅଢ଼େଇ ବର୍ଷ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି।

Advertisment

ଭାରତ ସବୁବେଳେ ଦୁଇ ଦେଶକୁ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇ ଚାଲିଛି। ଏସବୁ ଭିତରେ ମାସକ ତଳେ ମୋଦି ରୁଷ ଗସ୍ତ କରି ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ନିକଟରେ ସେ ୟୁକ୍ରେନ ଯାଇ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଯୁଦ୍ଧ ସମ୍ପର୍କରେ ସେ ଆଲୋଚନା କରିବା ସହ ଭାରତ ସବୁବେଳେ ଶାନ୍ତିର ପକ୍ଷରେ ରହିଥିବା କହିଥିଲେ।

ସେଠାରୁ ଫେରିବା ପରେ ମୋଦି ଆଜି ବେଶ କିଛି ସମୟ ଧରି ଫୋନରେ ପୁଟିନଙ୍କ ସହ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛି। ସ୍ୱତନ୍ତ୍ର ଓ ବିଶେଷ ରଣନୀତି ଭାଗିଦାରୀକୁ ଅଧିକ ସଶକ୍ତ କରିବାର ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛି।

Advertisment

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଥିବା ଦୃଷ୍ଟିକୋଣ ଆଦାନ ପ୍ରଦାନ ହୋଇଛି। ନିକଟରେ ମୋର ୟୁକ୍ରେନ ଗସ୍ତ ସମ୍ପର୍କରେ ଅବଗତ କରାଇଛି। ରୁଷ ଓ ୟୁକ୍ରେନ ଯୁଦ୍ଧର ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସାମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛି।”

ଏହାପୂର୍ବରୁ ଅର୍ଥାତ ସୋମବାର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମଧ୍ୟ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଫୋନରେ କଥା ହୋଇଥିଲେ। ତାଙ୍କୁ ମଧ୍ୟ ଭାରତ ଯୁଦ୍ଧର ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିବା କହିଥିଲେ। ଏହାବାଦ ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତା ସମ୍ପର୍କରେ ମଧ୍ୟ ମୋଦି ଓ ବାଇଡେନ ଆଲୋଚନା କରିଥିଲେ।

Russia-Ukraine War PM Modi Vladimir Putin