Advertisment

ଭୂସ୍ଖଳନ: କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

author-image
Madhupriya Mistry
ଅଦ୍ୟତନ ହୋଇଛି
Modi On Landslide

Modi On Landslide

କେରଳ ୱାଇନାଡରେ ଭୂସ୍ଖଳନ। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଫସିଛନ୍ତି ଶତାଧିକ ଲୋକ। ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୱାଇନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ହୋଇଛି ଏହି ଭୂସ୍ଖଳନ ହୋଇଛି। ଏହି ଘଟଣା ପରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସେ କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ସହ ମଧ୍ୟ କଥା କହିଛନ୍ତି। ବିଜେପି ସଭାପତି ଜେପି ନାଡ୍ଡାଙ୍କ ସହ ମୋଦି କଥା ହୋଇଛନ୍ତି। ରିଲିଫ କାର୍ଯ୍ୟରେ ବିଜେପି କର୍ମୀମାନେ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ନିଶ୍ଚିତ କରିବାକୁ ସେ କହିଛନ୍ତି।

ଏଥିସହ ମୃତାହତଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

କହିରଖୁ ଯେ, ଆଜି ଭୋରୁ ଓ୍ୱାଇନାଡର ପାହାଡିଆ ଅଞ୍ଚଳରେ ଦୁଇଟି ଭୂସ୍ଖଳନ ହୋଇଥିଲା। କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଦଳ ନିୟୋଜିତ ହୋଇଛନ୍ତି। ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏତଦ୍ ବ୍ୟତୀତ ରିଲିଫ୍ କାମ ମଧ୍ୟ ଚାଲିଛି। ମାଟି ତଳେ ୧୦୦ରୁ ଅଧିକ ଲୋକ ଫଶି ରହିଥିବା ଆଶଙ୍କା ରହିଛି। 

ସେପଟେ ଭୂସ୍ଖଳନ ଓ ବର୍ଷା ସହ ଜଡିତ ଅନ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ - ଜାତୀୟ ସ୍ୱାସ୍ଥ୍ୟ ମିଶନ ଏକ କଣ୍ଟ୍ରୋଲ ରୁମ୍‌ ଖୋଲି ହେଲ୍‌ପ ଲାଇନ୍‌ ନମ୍ବର ଜାରି କରିଛି।  9656938689 ଏବଂ 8086010833 ଏହି ଦୁଇଟି ନମ୍ବର ମାଧ୍ୟମରେ ଜରୁରୀକାଳୀନ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ।

PM Modi Kerala Landside