Advertisment

ମେଟ୍ରୋରେ ଯାତ୍ରା କଲେ, ଲୋକଙ୍କ ସହ କଥା ହେଲେ ମୋଦି

ସେ ଜଣେ ସାଧାରଣ ଲୋକଙ୍କ ଭଳି ହସଖୁସିରେ କଥାବାର୍ତ୍ତା କରି ମେଟ୍ରୋରେ ଯାତ୍ରା କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

PM Modi

PM Modi

Advertisment

ଦିଲ୍ଲୀ ମେଟ୍ରୋରେ ଶୁକ୍ରବାର ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମେଟ୍ରୋ ଯୋଗେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚି, ସେଠାରେ ଶିକ୍ଷାନୁଷ୍ଠାନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ନିଜର ଅଭିଭାଷଣ ରଖିଛନ୍ତି। 

Advertisment

ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦି ମେଟ୍ରୋରେ ଯାଇଛନ୍ତି। ସେ ମେଟ୍ରୋରେ ଯାତ୍ରା କରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ଲାଟଫର୍ମରେ ପହଞ୍ଚିବା ପରେ ନିୟମ ଅନୁସାରେ ସବୁ କିଛି ଯାଞ୍ଚ ପରେ ଟ୍ରେନରେ ଚଢ଼ିଥିଲେ।

ସେ ଏହି ଯାତ୍ରା ସମୟରେ ଟ୍ରେନରେ ଥିବା ସାଧାରଣ ଲୋକଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। ସେ ଜଣେ ସାଧାରଣ ଲୋକଙ୍କ ଭଳି ହସଖୁସିରେ କଥାବାର୍ତ୍ତା କରି ମେଟ୍ରୋରେ ଯାତ୍ରା କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକଙ୍କ ସହ ସେ ଫଟୋ ମଧ୍ୟ ଉଠାଇଥିଲେ। 

Advertisment

ଅନ୍ୟପକ୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ୩ଟି ନୂଆ ବିଲଡିଂ ନିର୍ମାଣ ପାଇଁ ଶିଳାନ୍ୟାଶ କରିଛନ୍ତି। ଫ୍ୟାକଲ୍ଟୀ ଅଫ ଟେକ୍ନୋଲୋଜି, ଗୋଟିଏ କମ୍ପ୍ୟୁଟର କେନ୍ଦ୍ର ଓ ଗୋଟିଏ ଏକାଡେମିକ ବ୍ଲକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

Delhi PM Modi Metro Rail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe