Advertisment

ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ! ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ

ଜୁଲାଇ ୩ରେ ନୂଆ କରି ପ୍ରଗତି ମୈଦାନରେ ତିଆରି ହୋଇଥିବା କନଭେସନ କେନ୍ଦ୍ରରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏଠାରେ ଆସନ୍ତା ସେପ୍ଟେମ୍ବରରେ ଜି-୨୦ ସମ୍ମିଳନୀ ମଧ୍ୟ ଆୟୋଜନ ହେବ।

author-image
Hemant Lenka
PM Modi

PM Modi

ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ଏହାପୂର୍ବରୁ କ୍ୟାବିନେଟ ସଂପ୍ରସାରଣର ଖବର ସାମ୍ନାକୁ ଆସିଛି।

Advertisment

ଜୁଲାଇ ୩ରେ ନୂଆ କରି ପ୍ରଗତି ମୈଦାନରେ ତିଆରି ହୋଇଥିବା କନଭେସନ କେନ୍ଦ୍ରରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏଠାରେ ଆସନ୍ତା ସେପ୍ଟେମ୍ବରରେ ଜି-୨୦ ସମ୍ମିଳନୀ ମଧ୍ୟ ଆୟୋଜନ ହେବ। ବୁଧବାର ପ୍ରଧାନମନ୍ତ୍ରୀ ମୋଦି ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପିର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିଲେ।

ଏହି ବୈଠକରେ ନଡ୍ଡାଙ୍କ ଯୋଗଦାନ ପରେ କ୍ୟାବିନେଟ ସହ ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏକାଧିକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅଦଳବଦଳ ନିଷ୍ପତ୍ତି ନେଇଥିବା କୁହାଯାଉଛି।

Advertisment

ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବେଶ କିଛି ଦିନ ହେବ ଶାହ, ନଡ୍ଡା ଓ ବିଜେପିର ସାଧାରଣ ସମ୍ପାଦକ(ସଂଗଠନ) ବିଏଲ ସନ୍ତୋଷ ଏକାଧିକ ରାଉଣ୍ଡ ବୈଠକ କରିବାରେ ଲାଗିଛନ୍ତି।

ଏହି ବୈଠକରେ ସାଂଗଠନିକ ପରିବର୍ତ୍ତନ ସହ କ୍ୟାବିନେଟ ସଂପ୍ରସାରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବୁଧବାର ମୋଦିଙ୍କ ସହ ମଧ୍ୟ ଏହି ନେତାମାନେ ସମାନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।

ଜୁଲାଇ ୩ୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାର କିଛି ଦିନ ପୂର୍ବରୁ ହିଁ ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି। ୨ ବର୍ଷ ହେଲା ମୋଦିଙ୍କ କ୍ୟାବିନେଟରେ କୌଣସି ପ୍ରକାରର ବଡ଼ଧରଣର ଅଦଳବଦଳ ହୋଇନି। ତେବେ ମେ’ ମାସରେ ମୋଦି ସରକାର କିରଣ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରୀ ପଦରୁ ହଟାଇଥିଲେ। ତାଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲଙ୍କୁ ଦେଶର ଆଇନ ମନ୍ତ୍ରୀ କରାଯାଇଥିଲା।

୨୦୨୧ ଜୁଲାଇ ମାସରେ ମୋଦିଙ୍କ କ୍ୟାବିନେଟରେ ଶେଷଥର ପାଇଁ ବଡ଼ଧରଣର ଅଦଳବଦଳ ହୋଇଥିଲା। ୧୨ ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଥିଲା ଓ ୧୭ ଜଣ ସାଂସଦ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ, ପ୍ରକାଶ ଜାଭଡେକର, ରମେଶ ପୋଖରିୟାଲ ନିଶଙ୍କ ଓ ସନ୍ତୋଷ ଗଙ୍ଗୱାରଙ୍କ ଭଳି ହେଭିୱେଟ ନେତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।

ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଏବେ ପୁଣି ସେହି ଜୁଲାଇରେ ମୋଦି ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିବାକୁ ଯାଉଥିବା କୁହାଯାଉଛି।

Bjp PM Modi Cabinate Reshuffle