Advertisment

ଆଜି ମହିଳାଙ୍କ ଆକାଉଣ୍ଟକୁ ଯିବ 'ଲକ୍ଷପତି ଦିଦି' ଟଙ୍କା

ଏହାଦ୍ୱାରା ପ୍ରାୟ ୪୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପକୃତ ହେବେ।

Lakhpati didi Yojna

Lakhpati didi Yojna

Advertisment

ଆଜି ମହିଳାଙ୍କ ଆକାଉଣ୍ଟକୁ ଯିବ 'ଲକ୍ଷପତି ଦିଦି' ଟଙ୍କା। ୨୫ଶହ କୋଟିର ଅର୍ଥ ରାଶି ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ମୋଦି ଆଜି ମହାରାଷ୍ଟ୍ରର ଜଲଗାଁଓ ଯିବେ। ଜଲଗାଁଓରେ ଆୟୋଜିତ ହେବାକୁ ଥିବା ଲକ୍ଷପତି ଦିଦି ସମ୍ମିଳନୀରେ ମୋଦି ଯୋଗ ଦେବେ।

Advertisment

ମୋଦି ସରକାରଙ୍କ ତୃତୀୟ ପାଳିରେ ନୂଆ କରି ଲକ୍ଷପତି ବନିଥିବା ୧୧ ଲକ୍ଷ ମହିଳାଙ୍କୁ ସାର୍ଟିଫିକେଟ୍ ଦେବା ସହ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ଦେଶବ୍ୟାପୀ ଲକ୍ଷପତି ଦିଦିଙ୍କ ସହ ସେ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୫ ଶହ କୋଟିର ଏକ ରିଭଲଭିଙ୍ଗ ଫଣ୍ଡ ଘୋଷଣା କରିବେ।

ଏହାଦ୍ୱାରା ପ୍ରାୟ ୪୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପକୃତ ହେବେ। ଏଥିସହ ୨୬ ଲକ୍ଷ ଏସଏଚଜି ଗ୍ରୁପଙ୍କୁ ସହାୟତା ପାଇଁ ମୋଦି ୫ ହଜାର କୋଟିର ଏକ ବ୍ୟାଙ୍କ ଲୋନକୁ ମଧ୍ୟ ମଞ୍ଜୁର ନେଇ ଘୋଷଣା କରିବେ। ଲଖପତି ଦିଦି ଯୋଜନାରେ ଏଯାଏଁ ୧କୋଟି ମହିଳା ଲକ୍ଷପତି ବନିସାରିଲେଣି। ଏହି ସଂଖ୍ୟାକୁ ୩ କୋଟିରେ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର।

Advertisment
Lakhpati Didi Yojana PM Modi Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe