Advertisment

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେକୁ ଆଜି ଉଦ୍‌ଘାଟନ କରିବେ ମୋଦି

ଏକ୍ସପ୍ରେସ ହାଇୱେ ନିର୍ମାଣ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ।

ଅଦ୍ୟତନ ହୋଇଛି
Delhi-Mumbai Expressway

Delhi-Mumbai Expressway

Advertisment

ଏକ୍ସପ୍ରେସ ହାଇୱେ ନିର୍ମାଣ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଡାଉସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ତଥା ଏହାକୁ ସଂଯୋଗ କରୁଥିବା ୨୪୬ କିମି ବିଶିଷ୍ଟ ଦିଲ୍ଲୀ-ଡାଉସା-ଲାଲସୋଟ ଏକ୍ସ୍ରପ୍ରେସୱେକୁ ଉଦଘାଟନ କରିବେ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଦ୍ୱାରା ରାଜଧାନୀ ଦିଲ୍ଲୀରୁ ଜୟପୁର ଯାତ୍ରାର ସମୟ ୫ ଘଣ୍ଟାରୁ ୩.୫ ଘଣ୍ଟାକୁ ହ୍ରାସ ପାଇବ। ୧୨,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ଏକ୍ସପ୍ରେସ ୱେ କେବଳ ଯାତ୍ରା ସମୟ ହ୍ରାସ କରିବ ନାହିଁ ବରଂ ସମଗ୍ର ଅଞ୍ଚଳର ଆର୍ଥିକ ବିକାଶରେ ବଡ଼ ସହାୟକ ହେବ। ଜୟପୁରକୁ ପ୍ରସସ୍ତିକରଣ ହୋଇଥିବା ଏହି ଏକ୍ସପ୍ରେସୱେ ଗୁରୁଗ୍ରାମ, ନେହା, ପାଲୱାଲ ଏବଂ ଏହାର ଆଖପାଖ ଅଞ୍ଚଳ ମଧ୍ୟ ଦେଇ ଗମନାଗମନକୁ ସୁଦୃଢ଼ କରିବ।

Advertisment

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ୨୪୬କିଲୋମିଟର ଦିଲ୍ଲୀ-ଡାଉସା- ଲାଲସଟ ସେକ୍ସନର ଏକ୍ସପ୍ରେସ ୱେକୁ ପ୍ରଧାନମନ୍ତ୍ରୀ ଆଜି ଉଦ୍ ଘଟାଟନ କରିବେ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଉଦ୍‌ଘାଟନ ପରେ ଆସନ୍ତା କିଛି ଦିନ ମଧ୍ୟରେ ସୋହନା-ଡାଉସା ରାସ୍ତାକୁ ପାଇଁ ଖୋଲା ହେବାର ସମ୍ଭାବନା ରହିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡିଏମଇ) ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ। ଯାହାର ଲମ୍ବ ୧୩୮୬ କିଲୋମିଟର ।ଏହା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ଦୂରତାକୁ ୧୪୨୪ କିଲୋମିଟରରୁ ୧୨୪୨ କିଲୋମିଟରକୁ ହ୍ରାସ କରିବ। ସେହିପରି ଯାତ୍ରା ସମୟକୁ ୨୪ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ 50 ପ୍ରତିଶତ ହ୍ରାସ କରିବ।

ଏହି ଏକ୍କପ୍ରେସ ୱେ ୬ଟି ରାଜ୍ୟ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ଦେଇ ଯାଇ କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରଟ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ। ସେହିପରି ଏହି ଏକ୍ସପ୍ରେସୱେ ୯୩ ପିଏମ ଗତି ଶକ୍ତି ତଥା ୧୩ ଟି ବନ୍ଦର, ୮ ଟି ପ୍ରମୁଖ ବିମାନବନ୍ଦର ଏବଂ ୮ ଟି ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ ସହିତ ନଭି ମୁମ୍ବାଇ ବିମାନବନ୍ଦର ଭଳି ନୂତନ ଗ୍ରୀନଫିଲ୍ଡ ବିମାନବନ୍ଦର ସିଧାସଳଖ ଯୋଡ଼ିହେବ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe