Advertisment

Seva Teerth: ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ସ୍ୱାଧୀନତା ପରେ ପ୍ରଥମ

ପିଏମଓର ଠିକଣା ପରିବର୍ତ୍ତନ ଗୋଟିଏ ଯୁଗର ପରିସମାପ୍ତି। କାରଣ ୧୯୪୭ ଭାରତର ସ୍ୱାଧୀନତା ପରଠାରୁ ପିଏମଓ ସାଉଥ ବ୍ଲକରେ ରହିଥିଲା। ମକର ସଂକ୍ରାନ୍ତିରୁ ଏହାର ଠିକଣା ସେବା କମ୍ପ୍ଲେକ୍ସକୁ ପରିବର୍ତ୍ତନ ହେବ।

PMO

ପ୍ରଧାନମନ୍ତ୍ରୀ ମୋଦି

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ନୂଆ ଅଫିସର ନିର୍ମାଣ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନୂଆ ଅଫିସରେ କାମ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନୂଆ ଠକିଣା ହେଉଛି ସେବା ତୀର୍ଥ କମ୍ପ୍ଲେକ୍ସ। ଏହାକୁ କେନ୍ଦ୍ରୀୟ ଭିସ୍ତାରା ରିଡେଭଲପମେଣ୍ଟ ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଛି। 

Advertisment

ଏହି ନୂଆ କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ଅଫିସ, କ୍ୟାବିନେଟ ସଚିବାଳୟ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି। ୩ଟି ବିଲଡିଂରେ ୩ଟି ଯାକ କାର୍ଯ୍ୟାଳୟ ରହିବ। ନୂଆ ପ୍ରତିଷ୍ଠାନରେ ଥିବା ପିଏମଓର ନାଁ ସେବା ତୀର୍ଥ-୧ ରହିଛି। ଏଠାରେ କାମ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ଗ୍ରାଣ୍ଡ ସେରିମନିଆଲ ରୁମ୍ସ ରହିଛି। ଏହା ସେବାର ଥିମକୁ ଦର୍ଶାଉଛି।

ପିଏମଓର ଠିକଣା ପରିବର୍ତ୍ତନ ଗୋଟିଏ ଯୁଗର ପରିସମାପ୍ତି। କାରଣ ୧୯୪୭ ଭାରତର ସ୍ୱାଧୀନତା ପରଠାରୁ ପିଏମଓ ସାଉଥ ବ୍ଲକରେ ରହିଥିଲା। ମକର ସଂକ୍ରାନ୍ତିରୁ ଏହାର ଠିକଣା ସେବା କମ୍ପ୍ଲେକ୍ସକୁ ପରିବର୍ତ୍ତନ ହେବ।  

Advertisment

ସେବା ତୀର୍ଥ-୧ରେ ଅଫିସ କାମ ଆରମ୍ଭ ହୋଇ ନଥିଲେ ହେଁ ସେବା ତୀର୍ଥ-୨ କ୍ୟାବିନେଟ ସଚିବାଳୟ ଭାବେ ସେବା ଯୋଗାଇ ଆସୁଛି। ସେପ୍ଟେମ୍ବର ମାସରେ ଏଠାରେ କାମ ଆରମ୍ଭ ହୋଇଛି। ସେବା ତୀର୍ଥ ୩ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଫିସ ଭାବେ କାମ କରିବ। 

ସାଉଥ ଓ ନର୍ଥ ବ୍ଲକରୁ ସବୁ ଅଫିସ ନୂଆ ଠିକଣାକୁ ଚାଲି ଯିବା ପରେ ଉକ୍ତ ସ୍ଥାନକୁ ସାଧାରଣ ଲୋକଙ୍କ ମ୍ୟୁଜିୟମ ଭାବେ ବିବେଚନା କରାଯିବ। 'Yuge Yugeen Bharat Sangrahalaya' ଭାବେ ଏହା ନାମିତ ହେବ। ଏହି ପ୍ରସ୍ତାବିତ ସଂଗ୍ରହାଳୟରେ ବୈଷୟିକ ସହାୟତା ପାଇଁ ଫ୍ରାନ୍ସ ମ୍ୟୁଜିୟମ ଡେଭଲପମେଣ୍ଟ ଏଜେନ୍ସି ସହ ଭାରତ ସରକାର ୨୦୨୪ ଡିସେମ୍ବର ୨୪ରେ ଗୋଟିଏ ଚୁକ୍ତି କରି ସାରିଛନ୍ତି। 

ସଂପୂର୍ଣ୍ଣ ସେବା ତୀର୍ଥ କମ୍ପ୍ଲେକ୍ସକୁ ୧୧୮୯ କୋଟି ଟଙ୍କା ବଳରେ ଲାର୍ସେନ ଆଣ୍ଡ ଟ୍ୟୁବୋର ତିଆରି କରିଛି। ୨,୨୬,୨୦୩ ବର୍ଗ ଫୁଟ ଅଞ୍ଚଳରେ ଏହି ବିଶାଳ କମ୍ପ୍ଲେକ୍ସ ରହିଛି। ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ଏକ୍ସ୍ୟୁକେଟିଭ ଏନକ୍ଲେଭ ପାର୍ଟ ୨ର ନିର୍ମାଣ କାମ ମଧ୍ୟ ଏବେ ଚାଲିଛି। 

ଏହାପୂର୍ବରୁ ମୋଦି ସରକାର ନୂଆଦିଲ୍ଲୀର ପ୍ରସିଦ୍ଧ ରାଜପଥର ନାଁକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିଥିଲେ। ଏବେ ପିଏମଓ ମଧ୍ୟ ନୂଆ ଅଫିସରେ ଚାଲିବ।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe