Advertisment

ଟ୍ରମ୍ପଙ୍କ ଐତିହାସିକ ବିଜୟ ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଆମେରିକା ଇତିହାସରେ ଟ୍ରମ୍ପ ଏମିତି ଜଣେ ରାଷ୍ଟ୍ରପତି ଯିଏ ପ୍ରଥମଥର ପାଇଁ ୪ ବର୍ଷ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଶୀର୍ଷ ପଦ ଦଖଲ କରିଛନ୍ତି।

PM Modi

PM Modi

Advertisment

ଆମେରିକାରେ ଇତିହାସ ରଚି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବାଜିମାରିବାକୁ ଯାଉଛନ୍ତି। ଆଉ ମାତ୍ର କିଛି ରାଜ୍ୟର ରେଜଲ୍ଟ ଆସିବାକୁ ବାକି ଥିବା ବେଳେ ଟ୍ରମ୍ପ ହ୍ୱାଇଟ ହାଉସକୁ ଯିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୦ ହାସଲ କରି ସାରିଛନ୍ତି। ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ଉପ ରାଷ୍ଟ୍ରପତି କମଳା ହାରିସ ଏକ ପ୍ରକାରର ପରାସ୍ତ ହୋଇଛନ୍ତି।

Advertisment

ଆମେରିକା ଇତିହାସରେ ଟ୍ରମ୍ପ ଏମିତି ଜଣେ ରାଷ୍ଟ୍ରପତି ଯିଏ ପ୍ରଥମଥର ପାଇଁ ୪ ବର୍ଷ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଶୀର୍ଷ ପଦ ଦଖଲ କରିଛନ୍ତି। ୨୦୧୬ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥିଲେ। କିନ୍ତୁ ୨୦୨୦ରେ ତାଙ୍କୁ ଜୋ ବାଇଡେନଙ୍କ ଠାରୁ ହାରିବାକୁ ପଡ଼ିଥିଲା। ୨୦୨୪ରେ ସେ କମଳା ହାରିସଙ୍କୁ ହରାଇଛନ୍ତି।

ଟ୍ରମ୍ପ ଐତିହାସିକ ବିଜୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସିରେ ଗଦଗଦ ହୋଇଯାଇଛନ୍ତି। ସେ ଟ୍ରମ୍ପଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ରମ୍ପଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ତାଙ୍କ ସହ ଉଠାଇଥିବା ୪ଟି ଫଟୋକୁ ମଧ୍ୟ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି।

Advertisment

ମୋଦି ଲେଖିଛନ୍ତି, “ଐତିହାସିକ ନିର୍ବାଚନ ପାଇଁ ମୋ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଯେମିତି ଆପଣ ନିଜର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢ଼ାଇବେ, ମୁଁ ଭାରତ-ଆମେରିକା ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଆମର ସହଯୋଗକୁ ପୁଣି ଆରମ୍ଭ କରିବାକୁ ଉତ୍ସାହିତ। ଆସନ୍ତୁ, ମିଳିତ ଭାବେ ଆମ ଲୋକଙ୍କ ଫାଇଦା ଓ ବିଶ୍ୱର ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବା।”

ପୂର୍ବ ନିର୍ବାଚନ ଗୁଡ଼ିକ ତୁଳନାରେ ଏଥର ଆମେରିକେରେ ଟ୍ରମ୍ପ ଓ ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ୭ଟି ସ୍ୱିଙ୍ଗ ରାଜ୍ୟ ବା ମତ ପରିବର୍ତ୍ତନ ବା ଦୁଇ ପକ୍ଷଙ୍କ ସମାନ ସମର୍ଥକ ଥିବା ରାଜ୍ୟରେ ଟ୍ରମ୍ପ ୬-୧ରେ ବିଜୟୀ ହୋଇଛନ୍ତି। ଏଥିସହ ହ୍ୱାଇଟ ହାଉସକୁ ୪ ବର୍ଷ ପରେ ପୁଣି ଯିବାକୁ ଜନାଦେଶ ପାଇଛନ୍ତି।

US Election PM Modi Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe