Advertisment

ଭୟଙ୍କର ବନ୍ୟାରେ ଉବୁଟୁବୁ ପଞ୍ଜାବ, ୯ରେ ସ୍ଥିତି ପରଖିବାକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି

ପଞ୍ଜାବରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁ ୨୩ ଜିଲ୍ଲାର ୧୯୦୦ରୁ ଅଧିକ ଗାଁ ବୁଡ଼ି ଯାଇଛି। ୪୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧.୭୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

author-image
Hemant Lenka
PM Modi

PM Modi

ଲଗାଣ ବର୍ଷା ପରେ ପଞ୍ଜାବରେ ଭୟଙ୍କର ବନ୍ୟା ଦେଖାଯାଇଛି। ରାଜ୍ୟର ସମସ୍ତ ୨୩ ଜିଲ୍ଲାରେ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଥିବା ବେଳେ ଫସଲ ଉଜୁଡ଼ି ଯାଇଛି। ଅନେକ ଲୋକ ବନ୍ୟା ଯୋଗୁ ବାସହରା ହୋଇ ଯାଇଛନ୍ତି। ୫୦ରୁ ଅଧିକ ଲୋକ ମଧ୍ୟ ପ୍ରାଣ ହରାଇ ସାରିଲେଣି। ବିଗତ ବର୍ଷଗୁଡ଼ିକରେ କେବେ ହେଲେ ବି ପଞ୍ଜାବରେ ଏପରି ସ୍ଥିତି ଦେଖିବାକୁ ମିଳି ନଥିଲା।

Advertisment

ସ୍ଥିତି ଜଟିଳ ଥିବାରୁ ସ୍ଥିତି ପରଖିବାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୯ ତାରିଖରେ ମୋଦି ପଞ୍ଜାବ ଗସ୍ତ କରି ବନ୍ୟା ପୀଡ଼ିତ ସାଧାରଣ ଲୋକ ଓ ଚାଷୀମାନଙ୍କୁ ଭେଟିବେ। ସେହିପରି ରିଲିଫ ଓ ଥଇଥାନର ସ୍ଥିତି ଯାଞ୍ଚ କରିବେ। ଗସ୍ତ ବେଳେ ସେ ବନ୍ୟାରେ ବୁଡ଼ିଥିବା ଗାଁ ଓ ନଷ୍ଟ ହୋଇଯାଇଥିବା ଫସଲ ସ୍ଥିତର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ବିଜେପିର ପଞ୍ଜାବ ୟୁନିଟ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ସେପ୍ଟେମ୍ବରରେ ପଞ୍ଜାବର ଗୁରୁଦାସପୁର ଆସୁଛନ୍ତି। ସେ ସିଧାସଳଖ ବନ୍ୟା କ୍ଷତିଗ୍ରସ୍ତ ଭାଇ-ଭଉଣୀ ଓ ଚାଷୀଙ୍କୁ ଭେଟିବେ। ଏଥିସହ ସେ ପୀଡ଼ିତଙ୍କୁ ସହଯୋଗ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେବେ।”

Advertisment

ବିଜେପିର ପଞ୍ଜାବ ସଭାପତି ସୁନୀଲ ଝାଖର ମଧ୍ୟ ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଏକ୍ସରେ କହିଛନ୍ତି ଯେ ପଞ୍ଜାବର ବନ୍ୟା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଭାବେ ଚିନ୍ତିତ। ସେ ସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଝାଖରଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୯ରେ ପଞ୍ଜାବ ଆସି ବ୍ୟକ୍ତିଗତ ଭାବେ ସ୍ଥିତିର ଯାଞ୍ଚ କରିବେ। ଏହାଦ୍ୱାରା ପ୍ରଭାବିତ ଲୋକମାନେ ସର୍ବାଧିକ ସହାୟତା ପାଇପାରିବେ।

ଝାଖର ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ତୃଣମୂଳର ସ୍ଥିତିକୁ ଏବେ ଠାରୁ ହିଁ ମୂଲ୍ୟାଙ୍କନ କରି ସାରିଲେଣି। ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବନ୍ୟା ସ୍ଥିତିର ଆକଳନ ପାଇଁ ପଠାଯାଇଥିଲା। ଅତିରିକ୍ତ ଭାବେ ରାଜ୍ୟକୁ ଆସି ୨ଟି କେନ୍ଦ୍ରୀୟ ଟିମ ସ୍ଥିତିର ସୀମକ୍ଷା କରିଛନ୍ତି। ସେମାନେ ରିପୋର୍ଟ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ପଞ୍ଜାବରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁ ୨୩ ଜିଲ୍ଲାର ୧୯୦୦ରୁ ଅଧିକ ଗାଁ ବୁଡ଼ି ଯାଇଛି। ୪୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧.୭୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ସମୟରେ ଚାଷୀଙ୍କ କ୍ଷେତ ପାଣିରେ ବୁଡ଼ି ରହିଛି। ନଦୀଗୁଡ଼ିକର ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭୂସ୍ଖଳନ ଓ ବନ୍ୟା ଜଳ ଯୋଗୁ ଏକାଧିକ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇ ଯାଇଛି।

PM Modi punjab-flood