Advertisment

ଯୁଦ୍ଧ ଭିତରେ ପ୍ରଥମଥର ପାଇଁ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୂଚନା ଅନୁସାରେ, ମୋଦି ଆସନ୍ତା ୨୧ରୁ ୨୩ ତାରିଖ ମଧ୍ୟରେ ୟୁକ୍ରେନ ଗସ୍ତ କରିବେ। ସେଠାରେ ସେ ଜେଲନସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ ଗସ୍ତ କରିବେ। ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ମୋଦି ୟୁକ୍ରେନ ଗସ୍ତ କରୁଛନ୍ତି। ଗୋଟିଏ ମାସ ତଳେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ।

Advertisment

ଏବେ ସେ ୟୁକ୍ରେନ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି। ମୋଦିଙ୍କ ୟୁକ୍ରେନ ଗସ୍ତକୁ ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛି। 

ବୈଦେଶିକ ମନ୍ତ୍ରଣାଳୟର ପଶ୍ଚିମ ସଚିବ ତନମୟ ଲାଲ ସୂଚନା ଦେଇ କହିଛନ୍ତି ଯେ ଅଗଷ୍ଟ ୨୧ରେ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡ ଗସ୍ତ କରିବେ। ଏହାର ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୨୩ରେ ସେ ୟୁକ୍ରେନ ଯିବେ। ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ୪୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ପୋଲାଣ୍ଡ ଗସ୍ତ କରିବେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ୭୦ତମ କୂଟନୀତିକ ବର୍ଷପୂର୍ତ୍ତି ସେଠାରେ ପାଳନ କରାଯିବ। 

Advertisment

ସେହିପରି ୩୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିବେ। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ମୋଦି ଉଭୟ ଦେଶକୁ ଯାଉଥିବା ଲାଲ ସୂଚନା ଦେଇଛନ୍ତି। 

ୟୁକ୍ରେନରେ ସେ ଜେଲନସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ରୁଷର ଘନଘନ ଆକ୍ରମଣ ସତ୍ତ୍ୱେ ଭାରତ କେଉଁ ଭଳି ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସୁଛି ଓ ଆଗକୁ ମଧ୍ୟ ନୂଆଦିଲ୍ଲୀ କ’ଣ ସବୁ ସହାୟତା କରିବ, ସେ ବିଷୟରେ ମୋଦି ରାଷ୍ଟ୍ରପତି ଜେଲେନସ୍କିଙ୍କ କଥା ହେବେ।

ରୁଷ ସେନା ୨୦୨୨ରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ୟୁକ୍ରେନ ଗୋଟିଏ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ଅଢ଼େଇ ବର୍ଷ ହେଲାଣି ରୁଷର ମୁକାବିଲା କରି ଚାଲିଛି। ରୁଷ ଆକ୍ରମଣ କରୁଥିବାରୁ ପଶ୍ଚିମ ଦେଶ ଗୁଡ଼ିକ ମସ୍କୋ ସହ ସବୁ ପ୍ରକାରର କଟକଣା ଲଗାଇଛନ୍ତି।

କିନ୍ତୁ ଭାରତ ଓ ଚାଇନା ଭଳି ଦେଶ ରୁଷ ସହ କୌଣସି ପ୍ରକାରର ବ୍ୟବସାୟ ବନ୍ଦ କରି ନାହାନ୍ତି। ସେହିପରି ଯୁଦ୍ଧ ପାଇଁ ଭାରତ କେବେ ହେଲେ ସିଧାସଳଖ ରୁଷକୁ ଦାୟି କରିନାହିଁ।

ଭାରତ କେବଳ କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ବାରମ୍ବାର ରୁଷ ଓ ୟୁକ୍ରେନକୁ କହି ଚାଲିଛି। ଏସବୁ ଭିତରେ ମୋଦି ପ୍ରଥମେ ପୁଟିନ ଓ ଆଗକୁ ଜେଲେନସ୍କିଙ୍କୁ ଭେଟିବାକୁ ଯାଉଛନ୍ତି।

Russia-Ukraine War PM Modi Ukraine President Volodymyr Zelenskyy