Advertisment

ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଥର ଆମେରିକା ଗସ୍ତ କରିଛନ୍ତି। ହେଲେ ସେ କେବେ ହେଲେ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତ ବା ଷ୍ଟେଟ ଭିଜିଟରେ ଯାଇ ନଥିଲେ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ପ୍ରଥମଥର ପାଇଁ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ମାସରେ ସେ ଏପରି ଗସ୍ତ କରିବେ। ଏହି ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ଆତିଥି ପ୍ରଦାନ କରିବେ।

Advertisment

ଏ ସମ୍ପର୍କରେ ଆମେରିକାର ପ୍ରେସ ସଚିବ କାରିନେ ଜେନ ପେରିୟର ସୂଚନା ଦେଇଛନ୍ତି। ସେ କହିଛନ୍ତ, “ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ୍ଲି ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ଗସ୍ତର ହୋଷ୍ଟ କରିବେ। ଏହା ମଧ୍ୟରେ ରାଷ୍ଟ୍ରୀୟ ଡିନର ରହିଛି। ଜୁନ ୨୨ରେ ଏହା ଆୟୋଜନ ହେବ।”

କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଥର ଆମେରିକା ଗସ୍ତ କରିଛନ୍ତି। ହେଲେ ସେ କେବେ ହେଲେ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତ ବା ଷ୍ଟେଟ ଭିଜିଟରେ ଯାଇ ନଥିଲେ। ରାଷ୍ଟ୍ରୀୟ ଗସ୍ତ ହେଉଛି ଡିପ୍ଲୋମାଟିକ ପ୍ରୋଟକଲର ସବୁଠାରୁ ବଡ଼ ପାହ୍ୟା। ଶେଷଥର ପାଇଁ ୨୦୦୯ରେ ମନମୋନହନ ସିଂହ ୨୦୦୯ରେ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ। ଏବେ ମୋଦି ମଧ୍ୟ ରାଷ୍ଟ୍ରୀୟ ଗସ୍ତରେ ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment

ରାଷ୍ଟ୍ରୀୟ ଗସ୍ତ ହେଉଛି ଅଫିସିଆଲ ଗସ୍ତ। କ୍ଷମତାରେ ରହିଥିବା ବେଳେ ଦେଶର ମୁଖ୍ୟ ଏପରି ଗସ୍ତ କରିନ୍ତି। ଗସ୍ତ କରିବା ପୂର୍ବରୁ ପ୍ରଥମେ ସଂପୃକ୍ତ ଦେଶର ମୁଖ୍ୟଙ୍କ ପକ୍ଷରୁ ନିମନ୍ତ୍ରଣ ଆସିଥାଏ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜାମାନେ ସାଧାରଣତଃ ରାଷ୍ଟ୍ରୀୟ ଗସ୍ତ କରନ୍ତି।

ହୋଷ୍ଟ କରୁଥିବା ଦେଶ ରାଷ୍ଟ୍ରୀୟ ଗସ୍ତ ସମୟରେ ନିମନ୍ତ୍ରିତ ଅତିଥିଙ୍କୁ ସବୁଠାରୁ ଭଲ ଆତିଥି ପ୍ରଦାନ କରିଛନ୍ତି। ହୋଷ୍ଟ ଦେଶ ଏହି ଗସ୍ତର ସମସ୍ତ ଖର୍ଚ୍ଚ ବହନ କରିଥାଏ।

ଏହି ଗସ୍ତ ବେଳେ ଅଧିକାଂଶ ହୋଷ୍ଟ ଦେଶ ଅତିଥିଙ୍କୁ ମିଲିଟାରୀ ସାଲ୍ୟୁଟ, ୨୧ ତୋପ ସଲାମୀ, ଉଭୟ ଦେଶର ଜାତୀୟ ସଂଗୀତ ପରିବେଷଣ ଓ ଉପହାର ଅଦଳବଦଳ କରାଯାଇଥାଏ।

Narendra Modi America India PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe