Advertisment

ଆଜିଠୁ ଧ୍ୟାନରେ ବସିବେ ମୋଦି, ଜଗିବେ ୨ ହଜାର ପୁଲିସ

ମୋଦିଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା ନ ଯିବ, ତାହା ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି।

author-image
Madhupriya Mistry
PM Modi

PM Modi

ଜୁନ୍‌ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବା ଏଥିପାଇଁ ଆଜି ସରୁଛି ପ୍ରଚାର। ପ୍ରଚାର ଶେଷ ହେବା ପରେ ଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ମୋଦି।

Advertisment

ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ର ପୁଲିସକର୍ମୀ ଜଗିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ସୁରକ୍ଷା ଏଜେନ୍ସି କଡା ନଜର ରଖିବେ। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ। ଏହା ସହିତ ବ୍ୟକ୍ତିଗତ ଡଙ୍ଗାଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ।

ସେପଟେ ମୋଦିଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାକୁ ନେଇ ବିରୋଧୀ ଟାର୍ଗେଟ୍‌ କରିଛନ୍ତି। ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା ନ ଯିବ, ତାହା ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ବୁଧବାର ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି।

Advertisment

କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ୱାଲା, ଅଭିଷେକ ମନୁ ସିଂଘଭି ଓ ସୟେଦ ନାସିର ହୁସେନ୍‌ ଇସିଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଗତ କିଛିଦିନ ମଧ୍ୟରେ ବିଜେପି ପକ୍ଷରୁ ୨୭ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି।

ମୋଦିଙ୍କ ବାରାଣସୀ ସଂସଦୀୟ ଆସନରେ ଭୋଟ ଗ୍ରହଣର ଦିନକ ପୂର୍ବରୁ କନ୍ୟାକୁମାରୀର ଧ୍ୟାନ ମଣ୍ଡପରେ ଧ୍ୟାନ କାର୍ଯ୍ୟକ୍ରମ ସାଇଲେନ୍ସ ପିରିୟଡ୍‌ର ଖୋଲା ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ସେହିପରି ମୋଦିଙ୍କ ଧ୍ୟାନ ବେଳର ଦୃଶ୍ୟ ଟିଭିରେ ଦେଖାଇଲେ, ତୃଣମୂଳ କଂଗ୍ରେସ ମଧ୍ୟ ଇସିଙ୍କ ନିକଟରେ ଅଭିଯୋଗ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଅନ୍ୟପଟେ ତାମିଲନାଡୁର ଶାସକ ଦଳ ଡିଏମକେ ପ୍ରଧାନମନ୍ତ୍ରୀଙ୍କ ଆଧ୍ୟାତ୍ମିକ ଗସ୍ତକୁ ଅନୁମତି ନଦେବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଛି। ଏଥିରେ ସେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଙ୍ଘନ ବିଷୟରେ ଉଲ୍ଲେଖ କରିଛନ୍ତି। ଡିଏମକେ କହିଛି, ନିର୍ବାଚନ ସରିବା ପରେ ମଧ୍ୟ ମୋଦି ଧ୍ୟାନରେ ବସି ପାରିଥାନ୍ତେ। ଏହା ଏକ ପବ୍ଲିକ ଷ୍ଟଣ୍ଟ। ଲୋକଙ୍କୁ ପ୍ରାଭବିତ କରି ଭୋଟ ହାତେଇବା ପାଇଁ ସେ ଏଭଳି କରୁଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ,ଏହା ପୂର୍ବରୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ଧ୍ୟାନସ୍ଥ ହୋଇଥିଲେ। ସେହିପରି ୨୦୧୯ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ କେଦାରନାଥରେ ଧ୍ୟାନସ୍ଥ ହୋଇଥିଲେ।

PM Modi Loksabha Election 2024 PM Modi Meditation Kanyakumari Vivekananda Rock Memorial