Advertisment

ସୀମାରେ ଉତ୍ତେଜନା ହ୍ରାସ କରିବାକୁ ମୋଦି-ଜିନପିଙ୍ଗ ରାଜି

। ସଂପୂର୍ଣ୍ଣ ଏଲଏସିରେ ଉତ୍ତେଜନା ଶୀଘ୍ର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏକମତ ହୋଇଛନ୍ତି।

author-image
Hemant Lenka
BRICS

BRICS

ସୀମାରେ ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଖୁବଶୀଘ୍ର ହ୍ରାସ ପାଇବ। ସଂପୂର୍ଣ୍ଣ ଏଲଏସିରେ ଉତ୍ତେଜନା ଶୀଘ୍ର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏକମତ ହୋଇଛନ୍ତି। ୨୦୨୦ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେବେଠାରୁ ଏଲଏସିରେ ଛକାପଞ୍ଝା ଜାରି ରହିଛି।

Advertisment

ବିବାଦର ଦୀର୍ଘ ୩ ବର୍ଷ ପରେ ମୋଦି ଓ ଜିନପିଙ୍ଗ ସୀମା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ଖୁବଶୀଘ୍ର ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାକୁ ରାଜି ହୋଇଛନ୍ତି। ଏବେ ଉଭୟ ନେତା ବ୍ରିକ୍ସି ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ରହିଛନ୍ତି।

ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦି ଓ ଜିନପିଙ୍ଗ ଅନଔପଚାରିକ ଭାବେ ପରସ୍ପର ସହ କଥା ହୋଇଥିଲେ। ଏହି ସମୟରେ ମୋଦି ସୀମା ବିବାଦ କଥା ଉଠାଇଥିଲେ। ଏହାପରେ ଦୁଇ ନେତା ଉତ୍ତେଜନା ହ୍ରାସ କରିବାକୁ ରାଜି ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment

ବୈଦେଶିକ ସଚିବ ବିନୟ କୱାତ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀର ମୋଦି ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ କଥା ହେବା ବେଳେ ଏଲଏସି ପ୍ରସଙ୍ଗ ଉଠାଇଥିଲେ। ଦୁଇ ନେତା ଶୀଘ୍ର ଉତ୍ତେଜନା ହ୍ରାସ କରିବାକୁ ରାଜି ହୋଇଛନ୍ତି। ଏହା କୌଣସି ଔପଚାରିକ ଦ୍ୱିପାକ୍ଷିକ ଆଲୋଚନା ନଥିଲା।

ବ୍ରିକ୍ସ ସମ୍ମିଳନୀ ଅବସରରେ ନେତାମାନଙ୍କ ସହ ଆଲୋଚନାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୀମା ବିବାଦ କଥା ଉଠାଇଥିଲେ। ଏହାପରେ ଦୁଇ ଦେଶର ନେତା ସେମାନଙ୍କ ଅଧିକାରୀମାନଙ୍କୁ ତୁରନ୍ତ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି କି ପ୍ରଶ୍ନରେ ସଚିବ ବିନୟ କହିଛନ୍ତି, “ମୋତେ ଯେଉଁ ପ୍ରସଙ୍ଗରେ ଯାହା କହିବାର ଥିଲା, ସେକଥା ମୁଁ କହି ସାରିଛି। ମୋତେ ଆଉ କିଛି କହିବାର ନାହିଁ।

ଜିନପିଙ୍ଗ ସହ କଥା ହେବା ବେଳେ ସୀମାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଚିନ୍ତା ପ୍ରକଟ କରିଥିଲେ। ଭାରତ-ଚାଇନା ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ସହ ଏଲଏସିକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ ବୋଲି ସେ ଜଣାଇ ଦେଇଛନ୍ତି।”

PM Modi Xi Jinping BRICS