Advertisment

ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି

ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ପୋଡକାଷ୍ଟରେ ଡେବ୍ୟୁ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଅଜଣା କଥା ଉପରକୁ ପରଦା ହଟାଇଛନ୍ତି। ଜେରୋଧା ପ୍ରତିଷ୍ଠାତା ନିଖିଲ କାମାତଙ୍କ ସହ ପୋଡକାଷ୍ଟରେ କଥାବାର୍ତ୍ତା କରିବା ବେଳେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଭାଇରାଲ ମେମ୍ସ ଉପରେ ମୋଦି ପ୍ରତିକ୍ରିୟା ରଖିଛନ୍ତି। ବିଶେଷ କରି ଭାଇରାଲ ମେଲୋଡି ମେମ୍ସ ସମ୍ପର୍କରେ ତାଙ୍କୁ ନିଖିଲି ପ୍ରଶ୍ନ କରିଥିଲେ।

Advertisment

ନିଖିଲି ପ୍ରଶ୍ନ କରିଥିଲେ ଯେ ଅନଲାଇନରେ ଭାଇରାଲ ହେଉଥିବା ମେମ୍ସକୁ ମୋଦି ଦେଖନ୍ତି କି? ମୋଦି ସ୍ମିତ ହାସ୍ୟ ଦେଇ ମନା କରିଦେଇଥିଲେ। ମୋଦି କହିଛନ୍ତି, “ସେସବୁ ଏମିତି ଚାଲିଥାଏ ଓ ଚାଲିବ।” ମୋଦି ଆହୁରି ସ୍ପଷ୍ଟ କରିଛନ୍ତି ଯେ ସେ ମେମ୍ସ କିମ୍ବା ଅନଲାଇନ ଆଲୋଚନା ସମ୍ପର୍କରେ ଭାବି ସମୟ ନଷ୍ଟ କରନ୍ତି ନାହିଁ।

ମୋଦି ନିଜର ବ୍ୟକ୍ତିଗତ ଜୀବନ ଓ ଖାଦ୍ୟାଭ୍ୟାସ ସମ୍ପର୍କରେ ମତ ରଖି କହିଛନ୍ତି ଯେ “ଯଦି କେହି ମୋତେ ମେନ୍ୟୁ ଦିଅନ୍ତି, ମୁଁ କ’ଣ ଖାଇବି ତା’ର ନିଷ୍ପତ୍ତି ନେଇପାରେ ନାହିଁ। ମୁଁ ଆଦୌ ଖାଇବା ପ୍ରତି ଆକର୍ଷିତ ହୁଏ ନାହିଁ। ମୋତେ ଯେଉଁ ଦେଶରେ ଯାହା ବି ଖାଇବାକୁ ଦିଆଯାଏ, ମୁଁ ସବୁ କିଛି ଖୁସିରେ ଖାଇନିଏ।”

Advertisment

ଅରୁଣ ଜେଟଲୀ କେମିତି ତାଙ୍କ ପାଇଁ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରନ୍ତି, ସେକଥା ମଧ୍ୟ ମୋଦି କହିଛନ୍ତି। ସେ କହିଛନ୍ତି, “ମେନ୍ୟୁରେ ଥିବା ଖାଦ୍ୟ ଓ ମୋ ସାମ୍ନାରେ ରଖାଯାଇଥିବା ଖାଦ୍ୟ ସମାନ ବୋଲି ମୁଁ ଆଦୌ ଜାଣିପାରେ ନାହିଁ। ମୋର ସେ ଉପରେ କୌଣସି ଜ୍ଞାନନାହିଁ। ମୁଁ ଖାଦ୍ୟ ଉପରେ ବେଶୀ କିଛି ବୁଝିପାରେନି। ତେଣୁ ମୁଁ ସବୁବେଳେ ଅରୁଣ ଜୀଙ୍କୁ ମୋ ପାଇଁ ଖାଦ୍ୟ ଅର୍ଡର କରିବାରେ ସହାୟତା ମାଗିଥାଏ। କେବଳ ଖାଇବା ନିରାମିଷ ହୋଇଥିବା ଦରକାର।”

ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି। ମୋଦି କହିଛନ୍ତି, “ମୋତେ ଲୋକମାନେ ଅନେକ ସମୟରେ ପ୍ରଶ୍ନ କରନ୍ତି ଯେ ଆପଣ ଗୁଜରାଟୀ, କିନ୍ତୁ ଆପଣ ହିନ୍ଦୀ କେମିତି ଜାଣିଲେ? ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ରେଳ ଷ୍ଟେସନରେ ବିଭିନ୍ନ ଦୋକାନୀଙ୍କ ସହ କଥା ହେବା ବେଳେ ମୁଁ ଏହା ଶିଖିଛି।”

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe