Advertisment

ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ନେହରୁଙ୍କ ଚିଠି ଫେରସ୍ତ ମାଗିଲା

ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।

author-image
Niharika Rout
Rahul Gandhi

Rahul Gandhi

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।

Advertisment

PMML ସଦସ୍ୟ ରିଜୱାନ କାଦରୀ ଏ ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଏକ ପତ୍ର ଲେଖିଥିବା ଜଣାଯାଇଛି। ସମଗ୍ର ଦେଶବାସୀଙ୍କ ନିମନ୍ତେ ଏହି ସବୁ ଚିଠି ଖୁବ୍‌ ଗୁରୁତ୍ୱ ବହନ କରୁଛି। ତେଣୁ ଏହାକୁ ସଂଗ୍ରହାଳୟକୁ ଫେରାଇ ଦେବାକୁ PMML ପକ୍ଷରୁ ରାହୁଲ ଗାନ୍ଧିଙ୍କୁ କୁହାଯାଇଛି।

ଜବାହାରଲାଲ ନେହରୁ ମେମୋରିଆଲ ୧୯୭୧ ମସିହାରେ ନେହରୁ ମେମୋରିଆଲ ମ୍ୟୁଜିଅମ ଓ ଲାଇବ୍ରେରି ଅର୍ଥାତ ଏବେକାର PMMLକୁ ଏହି ସବୁ ଚିଠି ପ୍ରଦାନ କରିଥିଲା। ୟୁପିଏ ଶାସନ କାଳ ସମୟରେ ୨୦୦୮ ମସିହାରେ ୫୧ ଡବାରେ ଭର୍ତ୍ତି ହୋଇଥିବା ନେହରୁଙ୍କ ଚିଠି ସୋନିଆ ଗାନ୍ଧିଙ୍କୁ ଦିଆଯାଇଥିଲା। ଉକ୍ତ ଚିଠିଗୁଡ଼ିକ ନେହରୁ ମାଉଣ୍ଟବେଣ୍ଟନ, ଅଲବର୍ଟ ଆଇନଷ୍ଟାଇନ୍, ଜୟପ୍ରକାଶ ନାରାୟଣ, ପଦ୍ମଜା ନାୟଡୁ, ବିଜୟାଲକ୍ଷ୍ମୀ ପଣ୍ଡିତଙ୍କ ପରି ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ସବୁ ଚିଠି ଲେଖିଥିଲେ।

Advertisment

ଗତ ୧୦ ତାରିଖରେ ରିଜୱାନ କାଦରୀ ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖି ଏହି ସବୁ ଚିଠି ଫେରସ୍ତ କରିବାକୁ ଜଣାଇଛନ୍ତି। ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ସୋନିଆ ଗାନ୍ଧିଙ୍କୁ ବି ସେ ଚିଠି ଲେଖିଥିଲେ । ମାତ୍ର କୌଣସି ପ୍ରତ୍ୟୁତ୍ତର ପାଇ ନାହାନ୍ତି। ଏବେ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ସୋନିଆଙ୍କ ନିକଟରୁ ଅରିଜିନାଲ ପତ୍ର ଫେରସ୍ତ ପାଇଁ କୁହାଯାଇଛି। ଏହା ସମ୍ଭବ ନ ହେଲେ ଉକ୍ତ ପତ୍ରଗୁଡ଼ିକର ଫଟୋ କପି ଦେବାକୁ କୁହାଯାଇଛି।

ଏନେଇ ବିଜେପି ପକ୍ଷରୁ ଆଇଟି ବିଭାଗର ପ୍ରମୁଖ ଅମିତ ମାଲବୀୟ କହିଛନ୍ତି, ଏହା ଅତ୍ୟନ୍ତ ରୋଚକ ଘଟଣା। ମାଉଣ୍ଟବେଣ୍ଟନଙ୍କ ନିକଟରୁ ନେହରୁ ଏପରି କ’ଣ ଲେଖିଥିଲେ ଯେ ସେ ସବୁ ପତ୍ରକୁ ସୋନିଆ ଗାନ୍ଧି ନେଇ ଯାଇଛନ୍ତି। ରାହୁଲ ଗାନ୍ଧି ଏବେ ଉକ୍ତ ପତ୍ରଗୁଡ଼ିକୁ ଫେରାଇବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ବୋଲି ସେ କହିଛନ୍ତି।

Bjp Congress Rahul Gandhi