Advertisment

ଯୋଦ୍ଧାଙ୍କୁ ସମ୍ମାନ: ୨୧ଟି ନାମହୀନ ବଡ଼ ଦ୍ୱୀପର ନାମକରଣ କଲେ ମୋଦି

ଆଜିର ଦିନ ତଥା ଜାନୁଆରୀ ୨୩କୁ ନେତାଜୀଙ୍କ ଜନ୍ମ ଦିବସ ଅବସରରେ ପରାକ୍ରମ ଦିବସ ପାଳନ କରାଯାଉଛି।

Narendra Modi

Narendra Modi

Advertisment

ଦେଶର ପ୍ରକୃତ ହିରୋ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପରମବୀର ଚକ୍ର ସମ୍ମାନରେ ସନ୍ମାନିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ୱୀପର ନାମକରଣ କରିଛନ୍ତି। ମୋଦି ଭିଡିଓ କନଫରେସିଂ ମାଧ୍ୟମରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ୍‌ କରିଥିଲେ।

Advertisment

ଏହି ଅବସରରେ ସେ ନେତାଜୀଙ୍କ ପ୍ରତି ଉତ୍ସର୍ଗ ଏକ ଜାତୀୟ ସ୍ମାରକୀ ମଡେଲ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ସ୍ମାରକୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନିର୍ମାଣ କରାଯିବ। ପୂର୍ବରୁ ଏହି ଦ୍ୱୀପର ନା ଥିଲା ରସ୍‌ ଆଇଲାଣ୍ଡ୍। ଆଜିର ଦିନ ତଥା ଜାନୁଆରୀ ୨୩କୁ ନେତାଜୀଙ୍କ ଜନ୍ମ ଦିବସ ଅବସରରେ ପରାକ୍ରମ ଦିବସ ପାଳନ କରଳାଯାଉଛି। ଅଭିନେତା ଅନୁପମ ଖେର ଏହି ପଦକ୍ଷେପକୁ ସର୍ବୋଚ୍ଚ ବଳିଦାନ ଦେଇଥିବା ଯୋଦ୍ଧାମାନଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି। ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୧ ଟି ଦ୍ୱୀପପୁଞ୍ଜ ମଧ୍ୟରୁ ୧୬ ଟି ଉତ୍ତର ଏବଂ ମଧ୍ୟମ ଆଣ୍ଡାମାନ ଜିଲ୍ଲା ଏବଂ ପାଞ୍ଚଟି ଦକ୍ଷିଣ ଆଣ୍ଡାମାନରେ ଅବସ୍ଥିତ ବୋଲି ଜଣେ ଅଧିକାରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ପରାକ୍ରମ ଦିବସ ଅବସରରେ ନାମିତ ହୋଇଥିବା ଦ୍ୱୀପପୁଞ୍ଜ ଭବିଷ୍ୟତ ପାଇଁ ପ୍ରେରଣା ସ୍ଥାନ ହେବ। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ଦ୍ୱୀପପୁଞ୍ଜର ନାମକରଣ ନିଶ୍ଚିତ ଏକ ବଳିଷ୍ଟ ପଦକ୍ଷେପ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ସ୍ବାଧୀନତା ପରେ ବିସ୍ମୃତ କରାଯିବାକୁ ଉଦ୍ୟମ ହୋଇଥିବା ନେତାଜୀ ସୁଭାଷଙ୍କୁ ଆଜି ଦେଶ କିଭଳି ପ୍ରତି ମୁହୂର୍ତ୍ତରେ ସ୍ମରଣ କରୁଛି ତାହା ଏକବିଂଶ ଶତାବ୍ଦୀ ଦେଖୁଛି। ନେତାଜୀଙ୍କ ସମ୍ବନ୍ଧୀୟ ଫାଇଲ୍‌ଗୁଡ଼ିକୁ ଉନ୍ମୁକ୍ତ କରିବା ଲାଗି ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲା। ଅତି ନିଷ୍ଠାର ସହ ଦେଶ ତାହା କରିଛି।

Advertisment

ଆଣ୍ଡାମାନ ଓ ନି‌କୋବର ଦ୍ୱୀପରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ସେ କହିଲେ ଯେ, ପରମବୀର ଚକ୍ର ସମ୍ମାନପ୍ରାପ୍ତଙ୍କ ନାମାନୁସାରେ ଦ୍ୱୀପଗୁଡ଼ିକର ନାମାକରଣ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଫଳରେ ସେମାନେ ଚିରସ୍ମରଣୀୟ ହୋଇ ରହିବେ।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe