Advertisment

ୟୁନିଫର୍ମ ସିଭିଲ କୋଡ୍‌ ସପକ୍ଷରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ମଧ୍ୟପ୍ରଦେଶର ଭୋପାଲରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଆଜିକା ଦିନରେ ଲୋକଙ୍କୁ ୟୁସିସି ନାଁରେ ଉସକା ଯାଉଛି। ଦେଶ କେମିତି ଦୁଇଟି ଆଇନରେ ପରିଚାଳିତ ହେବ? ସମ୍ବିଧାନ ମଧ୍ୟ ସମାନ ଅଧିକାର କଥା କହିଛି। ସୁପ୍ରିମକୋର୍ଟ ୟୁସିସି କାର୍ଯ୍ୟକାରୀ କରିବାକୁ କହିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ନିର୍ବାଚନ ପୂର୍ବରୁ ଖୋଲାଖୋଲି ଭାବେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ଏକକ ନାଗରିକ ସଂହିତା ସପକ୍ଷରେ ମତ ରଖିଛନ୍ତି। ସମ୍ବିଧାନରେ ଏହାର ପ୍ରାବଧାନ ରହିଛି ଓ ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି। ୟସିସିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଉସକା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ମଧ୍ୟପ୍ରଦେଶର ଭୋପାଲରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, “ଆଜିକା ଦିନରେ ଲୋକଙ୍କୁ ୟୁସିସି ନାଁରେ ଉସକା ଯାଉଛି। ଦେଶ କେମିତି ଦୁଇଟି ଆଇନରେ ପରିଚାଳିତ ହେବ? ସମ୍ବିଧାନ ମଧ୍ୟ ସମାନ ଅଧିକାର କଥା କହିଛି। ସୁପ୍ରିମକୋର୍ଟ ୟୁସିସି କାର୍ଯ୍ୟକାରୀ କରିବାକୁ କହିଛନ୍ତି।

ଏହି (ବିରୋଧୀ) ଲୋକମାନେ ଉକ୍ତ ପ୍ରସଙ୍ଗକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି। ବିଜେପି ଭୋଟ ବ୍ୟାଙ୍କ ଓ ତୁଷ୍ଟୀକରଣ ଭଳି ରାଜନୀତି ନ କରିବାକୁ ନିଷ୍ପତ୍ତି ନେଇଛି। ଯେଉଁମାନେ ଟ୍ରିପଲ ତଲକାକୁ ସମର୍ଥନ କରୁଛନ୍ତି, ସେମାନେ ମୁସଲିମ ଝିଅ ବୋହୂଙ୍କ ସହ ଅନ୍ୟାୟ କରୁଛନ୍ତି। ଯେଉଁମାନେ ସାମାଜିକ ନ୍ୟାୟ ନାଁରେ ଭୋଟ ମାଗୁଛନ୍ତି, ସେମାନେ ହିଁ ଗାଁ ଓ ଗରିବ ଲୋକଙ୍କ ସହ ଅନ୍ୟାୟ କରୁଛନ୍ତି।”

Advertisment

ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ପସମାନ୍ଦା ମୁସିଲମମାନଙ୍କ କଥା କହିଛନ୍ତି। ଏହି ସଂପ୍ରଦାୟର ଲୋକମାନେ ଅନେକ କଷ୍ଟ ସହିଛନ୍ତି ଓ ସଶକ୍ତ ମୁସଲିମମାନେ ସେମାନଙ୍କ ଅଧିକାରୀରୁ ବଞ୍ଚିତ କରିଛନ୍ତି। କିଛି ରାଜନୀତିକ ଦଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ତୁଷ୍ଟୀକରଣର ରାଜନୀତି କରୁଛନ୍ତି। ଏହା ଦ୍ୱାରା ସାମାଜିକ ଭେଦଭାବ ସୃଷ୍ଟି ହେଉଥିବା ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, “ବିରୋଧୀ ଦଳଗୁଡ଼ିକ ଭେଦଭାବ ସୃଷ୍ଟି କରୁଛନ୍ତି। ଆମେ ଏୟାର କଣ୍ଡିସନରେ ଅଫିସରେ ବସୁ ନାହୁଁ ଓ କେବଳ ନିର୍ଦ୍ଦେଶ ଦେଉନୁ। ଆମେ ଲୋକଙ୍କ ପାଖରେ ଖରାପ ପାଗରେ ମଧ୍ୟ ପହଞ୍ଚୁଛୁ। ତୁଷ୍ଟୀକରଣ ଓ ସନ୍ତୁଷ୍ଟିକରଣ ମଧ୍ୟରେ ପାର୍ଥକ୍ୟ ରହିଛି। ବିଜେପି ସନ୍ତୁଷ୍ଟିରେ ବିଶ୍ୱାସ ରଖେ।”

ଟ୍ରିପଲ ତଲାକ ସମ୍ପର୍କରେ ମୋଦି କହିଛନ୍ତି, ଯେଉଁମାନେ ଟ୍ରପିଲ ତଲାକକୁ ବିରୋଧ କରୁଛନ୍ତି, ସେମାନେ ମୁସଲିମ ମହିଳାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ଅନେକ ମୁସଲିମ ବହୁଳ ଦେଶ ଟ୍ରିପଲ ତଲାକକୁ ବ୍ୟାନ କରିଛନ୍ତି। ବିଜେପି ବିରୋଧରେ ହାତ ମିଳାଇଥିବା ଦଳଗୁଡ଼ିକୁ ଦେଖି ମୋତେ ଦୟା ଆସୁଛି। ସେମାନଙ୍କ ପ୍ରତି ମୋର ଆଦୌ ରାଗ ନାହିଁ।

ବିରୋଧୀ ଦଳଗୁଡ଼ିକର ଅବସ୍ଥା ୨୦୧୪ ଓ ୨୦୧୯ରେ ଯାହା ଥିଲା, ଏବେ ସେଇଆ ଅଛି। ଯେଉଁମାନେ କଂଗ୍ରେସକୁ ସମାଲୋଚନା କରୁଥିଲେ, ସେମାନେ ଏବେ ମନ ବଦାଳଇ ଦେଇଛନ୍ତି। ଏହି ନିରାଶ ଭାବ ଦର୍ଶାଉଛି ଯେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବାକୁ ଯାଉଛି। ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ମୋଦି କହିଛନ୍ତି।

ଗୋଟିଏ ନୂଆ ଶବ୍ଦ ଗ୍ୟାରେଣ୍ଟୀର ଲୋକପ୍ରିୟତା ବଢ଼ିଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ ପାଇଁ ଗ୍ୟାରେଣ୍ଟୀ ଅର୍ଥ ଦୁର୍ନୀତି। ଆପଣ ଯଦି ସବୁ ବିରୋଧୀ ଦଳର ଦୁର୍ନୀତିକୁ ମିଶାଇବେ, ତା’ହେଲେ ଏହା ୨୦ ଲକ୍ଷ କୋଟିରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି। ବାହାଘର, ପୋଷ୍ୟଗ୍ରହଣ, ବିବାହ ବିଚ୍ଛେଦ ଓ ପରମ୍ପରା ଆଦି ନିୟମ ସମସ୍ତଙ୍କ ପାଇଁ ସମାନ ରଖିବାକୁ ୟୁସିସିରେ ବ୍ୟବସ୍ଥା କରାଯିବ। 

Bjp PM Modi Uniform Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe