Advertisment

ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ବ୍ରିକ୍ସ ରାଷ୍ଟ୍ରମୁଖ୍ୟଙ୍କ ସହ କରିବେ ଆଲୋଚନା

ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରିବେ।

PM Narendra Modi

PM Narendra Modi

Advertisment

ଆଜି ରୁଷ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ରୁଷ ଗସ୍ତ କରିବେ। କାଜାନରେ ୨୨ରୁ ୨୪ ଯାଏ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। 

Advertisment

ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାରତ, ରୁଷ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଧାନମୋନ୍ତ୍ରୀ ମୋଦି ରୁଷରେ ପହଞ୍ଚିବେ, ଆସନ୍ତାକାଲି ଅର୍ଥାତ୍ ୨୩ ଅକ୍ଟୋବରରେ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଆସିବେ।

ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ପରେ କାଜାନରେ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ନୈଶ୍ୟ ଭୋଜିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ନୈଶ୍ୟ ଭୋଜିରେ ଯୋଗଦେବା। ଏହାପରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। 

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମ୍ମିଳନୀ ସହ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ମୋଦି। କିନ୍ତୁ ଚୀନ୍ ରାଷ୍ଟ୍ରପତି 
ସି ଜିନପିଙ୍ଗଙ୍କ ସହ ମୋଦିଙ୍କର ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ, ସେନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ। 

PM Modi Russia Visit Bricks Summit PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe