Advertisment

ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ; କହିଲେ ଏକତାର ମହାଯଜ୍ଞ ହେଉଛି 'କୁମ୍ଭ ମେଳା'

ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୭ଟି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି। ମହାକୁମ୍ଭ ମେଳାର ସଫଳ ଆୟୋଜନ ପାଇଁ କଲେ ଗଙ୍ଗା ଆଳତୀ।

PM Modi at Prayagraj

PM Modi at Prayagraj

Advertisment

ଆସନ୍ତା ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଆରମ୍ଭ ହେବ। ଏହି ମହାପର୍ବର ଠିକ୍ ଗୋଟିଏ ମାସ ପୂର୍ବରୁ, ଅର୍ଥାତ୍ ଆଜି ୧୩ ଡିସେମ୍ବର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭର ସଫଳ ଆୟୋଜନ ପାଇଁ ଗଙ୍ଗା ପୂଜା କରିଥିଲେ। ପୂଜାପାଠ ପରେ ସଙ୍ଗମସ୍ଥଳୀରେ ଆୟୋଜିତ ଜନସଭାରେ ପହଞ୍ଚି ୫ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅକ୍ଷୟ ବଟ କରିଡର, ହନୁମାନ ମନ୍ଦିର କରିଡର, ସରସ୍ୱତୀ କୁପ କରିଡର, ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗଭେରପୁର କରିଡର ସହିତ କୁମ୍ଭମେଳା ପାଇଁ 'କୁମ୍ଭ ସହାୟକ' ଚାଟବଟ୍ ଲଞ୍ଚ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଗଙ୍ଗା ପୂଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷୟ ବଟ ଓ ବଡ଼ ହନୁମାନ ମନ୍ଦିରରେ ପହଞ୍ଚି ଦର୍ଶନ ଓ ଆଳତୀ କରିଥିଲେ। ଏହାପରେ ହନୁମାନ ମନ୍ଦିରର ପ୍ରସ୍ତାବିତ ପରିକ୍ରମା ପ୍ରକଳ୍ପ ମଡେଲକୁ ଦେଖିଥିଲେ ମୋଦି। ଏହି ସମୟରେ ପ୍ରୟାଗରାଜ ବିକାଶ ପ୍ରାଧିକରଣର ଭିସି ଏହି ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଏହାପରେ ସଙ୍ଗମ କୂଳରେ ଆୟୋଜିତ ହେବାକୁ ଥିବା କୁମ୍ଭମେଳା ସ୍ଥଳୀରେ ପହଞ୍ଚି ଭକ୍ତଙ୍କ ପାଇଁ ସୁବିଧା ତଥା ଭିଡ଼ ପରିଚାଳନା ଇତ୍ୟାଦି ବିଷୟରେ ଅଧିକାରୀମାନେ ପିଏମ୍ ମୋଦୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

ଏହିସବୁ ପ୍ରକଳ୍ପର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମହାକୁମ୍ଭକୁ ସଫଳ କରିବା ପାଇଁ ଦିନରାତି କାର୍ଯ୍ୟ କରୁଥିବା କର୍ମଚାରୀ, ଶ୍ରମିକ ଏବଂ ପରିମଳ କର୍ମଚାରୀମାନଙ୍କୁ ମୁଁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି। ଆସନ୍ତା ବର୍ଷ ମହାକୁମ୍ଭ ଆୟୋଜନ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂତନ ଶିଖରରେ ପହଞ୍ଚାଇବ। ଯଦି ମୋତେ ଏହି ମହାକୁମ୍ଭର ବର୍ଣ୍ଣନା କରିବାକୁ ପଡେ, ତେବେ ମୁଁ କହିବି ଯେ ଏହା ଏକତାର ଏମିତି ଏକ ମହାଯଜ୍ଞ ହେବ, ଯାହାର ଚର୍ଚ୍ଚା ସାରା ବିଶ୍ୱରେ ହେବ। ଏହି ଦିବ୍ୟ ଆୟୋଜନର ଭବ୍ୟ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି ବୋଲି ଜନସଭାକୁ କହିଥିଲେ ପ୍ରଧାନମନ୍ତ୍ରୀ।

Uttar Pradesh Kumbha Mela Yogi Adityanath PM Narendra Modi Prayagraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe