Advertisment

ଲାଲୁ କହିଲେ- ମୋଦି ହିନ୍ଦୁ ନୁହନ୍ତି

କେବଳ ସେତିକି ନୁହେଁ ନୀତୀଶ କୁମାରଙ୍କୁ 'ପଲଟୁରାମ' ବୋଲି କହି ଲାଲୁ ଟାର୍ଗେଟ୍‌ କରିଛନ୍ତି।

Modi and Lalu

Modi and Lalu

Advertisment

ପୁଣି ଥରେ ଫର୍ମକୁ ଫେରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ବିହାରରେ ସତ୍ତା ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ନିଜ ପୁରୁଣା ଷ୍ଟାଇଲ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଭୋଜପୁରୀ ଗୀତ ଗାଇ ବାଣ ମାରିଛନ୍ତି । ସେ ମୋଦିଙ୍କୁ ହିନ୍ଦୁ ନୁହନ୍ତି ବୋଲି କହିବା ସହ ନୀତୀଶ କୁମାରଙ୍କୁ ସେ 'ପଲଟୁରାମ' ବୋଲି କହି ଟାର୍ଗେଟ୍‌ କରିଛନ୍ତି।

Advertisment

ପାଟନାର ଗାନ୍ଧୀ ମଇଦାନରରେ ଆୟୋଜିତ ଜନ ବିଶ୍ୱାସ ମହା ରାଲିରେ ଆଜି ଯୋଗ ଦେଇଥିଲେ ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବ। ଏହି ରାଲିରେ ଯୋଗ ଦେଇ ସେ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମୋଦିଙ୍କ ପରିବାରବାଦ ବୟାନକୁ ନେଇ ସେ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଲାଲୁ କହିଛନ୍ତି, 'ମୋଦି ପରିବାରବାଦ କଥା କହୁଛନ୍ତି। ହେଲେ ଅସଲରେ ତାଙ୍କର ପରିବାର ହିଁ ନାହିଁ। ତାଙ୍କର କୌଣସି ସନ୍ତାନ ନାହିଁ, ଏଥିରେ ଆମେ କ'ଣ କରିବୁ। ଏମାନେ ପ୍ରକୃତ ହିନ୍ଦୁ ମଧ୍ୟ ନୁହନ୍ତି। ହିନ୍ଦୁମାନଙ୍କ ମାନ୍ୟତାକୁ ଏମାନେ ମାନନ୍ତି ନାହିଁ। କେବଳ ଭୋଟ ହାତେଇବା ପାଇଁ ଏମାନେ ନାଟକବାଜୀ କରୁଛନ୍ତି। ଯଦି କାହାର ମା’ ମରିଯାଏ, ତେବେ ପୁଅକୁ ଲଣ୍ଡା ହେବାକୁ ପଡେ। ଆପଣଙ୍କ ମା’ଙ୍କ ମୃତ୍ୟୁ ପରେ କାହିଁକି ଏହାକୁ ଆପଣ ପାଳିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।'

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ଦେଶରେ ଘୃଣା ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି ଲାଲୁ। ରାଲିରେ ଉପସ୍ଥିତ ଭିଡକୁ ସମ୍ବୋଧିତ କରି ଲାଲୁ କହିଛନ୍ତି, ରାମ ରହୀମଙ୍କ ଅନୁଗାମୀମାନଙ୍କ ମଧ୍ୟରେ ବିଜେପି ଭେଦଭାବ କରୁଛି। ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପତିଷ୍ଠାକୁ ଟାର୍ଗେଟ କରି ସେ କହିଛନ୍ତି, ଏତେ ଦିନ ଯାଏଁ ଭଗବାନ ବିନା ପ୍ରାଣ ପ୍ରତିଷ୍ଠାରେ ଥଲେ କି?

ସେହିପରି ଲାଲୁ ଏକ ଭୋଜପୁରୀ ଗୀତ ଲାଗଲ ଲାଗଲ ଝୁଲନିଆ ମେଁ ଧକ୍କା ବଲମ କୋଲକତା ଚଲୋ… ଗାଇ ନୀତୀଶ କୁମାରଙ୍କୁ ମଧ୍ୟ ନିଜ ଅନ୍ଦାଜରେ ଟାର୍ଗେଟ୍‌ କରିଛନ୍ତି। ସେ ନୀତୀଶଙ୍କୁ ପଲଟୁରାମ ବୋଲି କହିଛନ୍ତି। ସେ ପୁଣି ଥରେ ବିଜେପିର ଗୋଡ ଧରିଛନ୍ତି। ତାଙ୍କୁ ଏସବୁ କିରିବା ବେଳେ ଲାଜ ଲାଗୁନାହିଁ। ଏହି ଭିଡକୁ ଦେଖି ନୀତୀଶଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବ। ଯଦି ନୀତୀଶ ପୁଣି ଥରେ ଏପଟକୁ ଆସିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଜୋରଦାର ଧକ୍କା ଦିଆଯିବ ବୋଲି ଲାଲୁ କହିଛନ୍ତି।

୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀ ଉପରେ କବ୍‌ଜା କରିବା ପାଇଁ ଲାଲୁ ନିଜ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି। ଏବେ ଠାରୁ ହିଁ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିବା ପାଇଁ ସେ ନିଜ କର୍ମକର୍ତ୍ତାଙ୍କୁ କହିଛନ୍ତି। ଏଥର ସବୁସ୍ଥାନରୁ ତାଙ୍କ ଦଳ ନିର୍ବାଚନ ଲଢ଼ିବ। ବିହାରର ପବନରେ ଢ଼େର ତାକତ ଅଛି ବୋଲି ସେ କହିଛନ୍ତି।

PM Modi Nitish Kumar Bihar Politics Lalu Prasad Yadav Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe