Advertisment

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କୌଳିକ ବୃତ୍ତିଗତ ହେବେ ଉପକୃତ

ବିଶ୍ୱକର୍ମା ପୂଜା ଅବସରରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବକର୍ମା ପୂଜା ଅବସରରେ ଯୋଜନାର ଶୁଭାରମ୍ଭ କରାଯାଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି।

Advertisment

ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ ସରକାର। ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ଏହି ସୁବିଧା। ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ସ୍ୱାଧୀନତା ଦିବସ ଅବସରରେ ଏପରି ଯୋଜନା ଆରମ୍ଭ ନେଇ ଘୋଷଣା କରିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି।

ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ବିଶ୍ୱକର୍ମା ପୂଜା ଅବସରରେ କାର୍ଯ୍ୟକାରୀ ହୋଇଛି। ସୁନା କାରିଗର, କମାର, ବାରିକ, ମୋଚୀ, ବଢ଼େଇ, ବୁଣାକାର, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ, ଲୁହା କାରିଗର, ସୁନା କାରିଗର, କୁମ୍ଭାର, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ଭଳି ବିଭିନ୍ନ କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ସୁଧ ଆକାରରେ ବ୍ୟାଙ୍କରୁ ଋଣ ଆଣିପାରିବେ। ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଆଣିପାରିବେ, ଯେଉଁଥିରେ ମାତ୍ର ୫% ସୁଧ ଦେବାକୁ ପଡିବ।

Advertisment

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର ପ୍ରଦାନ କରିବେ। ଏହି ପରିଚୟପତ୍ର ଆଧାରରେ ଋଣ ମିଳିବ।

ବିଶ୍ୱକର୍ମା ପୂଜା ଅବସରରେ ପ୍ରଧାନମନ୍ତ୍ରୀ ଅନେକ କୌଳିକ ବୃତ୍ତିଗତଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ବସନ୍ତ ରଣା ମଧ୍ୟ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରିଥିବାରୁ ବସନ୍ତ ରଣାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ। ରଣା ସେବକ ବସନ୍ତ ମହାପ୍ରଭୁଙ୍କର ନାଗାର୍ଜୁନ, ହାତୀବେଶ ଆଦି ପ୍ରସ୍ତୁତ କରନ୍ତି ।

Narendra Modi PM Modi Vishwakarma Scheme Vishwakarma Puja