Advertisment

ଚଳିତ ବଜେଟ୍‌ରେ ପୂରଣ ହେବ ଲୋକଙ୍କ ଆଶା: ମୋଦି

ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ନିଜ ପ୍ରତିକ୍ରିୟା ରଖିଛନ୍ତି।

PM Modi

PM Modi

Advertisment

ଆଜିଠୁ ବସିଛି ସଂସଦର ବଜେଟ୍‌ ଅଧିବେଶନ। ଆସନ୍ତାକାଲି ଆସିବ ସାଧାରଣ ବଜେଟ୍‌। ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ନିଜ ପ୍ରତିକ୍ରିୟା ରଖିଛନ୍ତି।

Advertisment

ସେ କହିଛନ୍ତି, ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଭାରତର ବଜେଟ୍‌ ଉପରେ ପୂରା ବିଶ୍ୱର ନଜର ରହିଛି। ଏଥର ବଜେଟ୍‌ ସାଧା‌ରଣ ଲୋକମାନଙ୍କ ପାଇଁ ଲାଭପ୍ରଦ ହେବ। ଲୋକଙ୍କ ଆଶା ପୂରଣ ହେବ। ଅର୍ଥ ବ୍ୟବସ୍ଥାକୁ ନେଇ ସକରାତ୍ମକ ସନ୍ଦେଶ ମିଳୁଛି। ଏହା ଦେଶର ଅର୍ଥବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶ ପାଇଁ ଗୌରବର ମୁହୂର୍ତ୍ତ । ଆଜି ନାରୀଙ୍କୁ ସମ୍ମାନ ଓ ଆଦିବାସୀଙ୍କୁ ସମ୍ମାନ କରିବାର ଦିନ। ରାଷ୍ଟ୍ରପତି ଭାବେ ପ୍ରଥମ ଅଭିଭାଷଣ ରଖିବେ ଦ୍ରୌପଦୀ ମୁର୍ମୁ।

ମୋଦି ଆହୁରି କହିଛନ୍ତି, ମୁଁ ଆଶା କରୁଛି ଅର୍ଥମନ୍ତ୍ରୀ ନିର୍ମଳା ଜୀ ସମସ୍ତ ଆଶା ପୂରଣ କରିବେ। ଆମର କେବଳ ଗୋଟିଏ ବିଚାର, ସର୍ବପ୍ରଥମେ ଦେଶବାସୀ। ବଜେଟ୍ ଅଧିବେଶନରେ ଝଗଡ଼ା ହେବ ଏବଂ ଆଲୋଚନା ମଧ୍ୟ ହେବ। ଗୃହର ପ୍ରତ୍ୟେକ ପ୍ରସଙ୍ଗରେ ବହୁତ ଭଲ ଆଲୋଚନା ହେବ। ସମସ୍ତ ସାଂସଦ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହି ଅଧିବେଶନରେ ଅଂଶଗ୍ରହଣ କରିବେ। ଏହି ଅଧିବେଶନ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

Advertisment

ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ୱରନ ଏହି ରିପୋର୍ଟ ଉପସ୍ଥାପନ କରିବେ। ଗତ ବର୍ଷ ଦେଶର ଆର୍ଥିକ ଅବସ୍ଥା କିପରି ଥିଲା, ତାହା ଚଳିତ ଆର୍ଥିକ ସର୍ଭେ ରିପୋର୍ଟରେ କୁହାଯିବ।

ଚଳିତ ବଜେଟ ଅଧିବେଶନରେ ୨୭ଟି ସରକାରୀ କାର୍ଯ୍ୟ ଦିବସ ରହିଛି। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୩ ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe