PM Modi was the centenary celebrations of the Gita Press in Gorakhpur.
ଗୋରଖପୁର ପ୍ରେସ୍ କେବଳ ଏକ ସଂସ୍ଥା ନୁହେଁ ଏହା କୋଟି କୋଟି ଲୋକଙ୍କ ନିମନ୍ତେ ଏକ ଜୀବନ୍ତ ଆସ୍ଥା। ଏହା ମନ୍ଦିର ଠାରୁ ମଧ୍ୟ କିଛି କମ୍ ନୁହେଁ। ଏହାର ନାମରେ ଗୀତା ଓ କାମରେ ଗୀତାର ପ୍ରଭାବ ରହିଛି। ଯେଉଁଠାରେ ଗୀତା ରହିଛି, ସେଠାରେ ସାକ୍ଷାତ୍ କୃଷ୍ଣ ଅଛନ୍ତି। ଯେଉଁଠାରେ କୃଷ୍ଣ ଅଛନ୍ତି ସେଠାରେ କରୁଣା ଅଛି ଓ କର୍ମ ବି ଅଛି। ସେଠାରେ ଜ୍ଞାନର ମୂଲ୍ୟବୋଧ ଓ ବିଜ୍ଞାନର ଶୁଦ୍ଧତା ମଧ୍ୟ ରହିଛି। କାରଣ ଗୀତା କୁହେ ବାସୁଦେବଃ ସର୍ବମ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ଗୋରଖପୁରର ଗୀତା ପ୍ରେସ ପରିଦର୍ଶନ କରିବା ସହ ଐତିହାସିକ ମୁଦ୍ରଣ ପ୍ରେସର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି।
ସେ କହିଛନ୍ତି, ୧୯୨୩ରେ ଗୀତା ପ୍ରେସ୍ ରୁପରେ ଯେଉଁ ଜ୍ୟୋତି ପ୍ରତିଳିତ ହୋଇଥିଲା, ତାହାର ପ୍ରକାଶ ଏବେ ପୂରା ମାନବିକତାର ମାର୍ଗ ଦର୍ଶନ କରୁଛି। ଏହାର ଶତାବ୍ଦୀ ପୂର୍ଣ୍ଣର ଆମେ ସମସ୍ତେ ସାକ୍ଷୀ। ଉଲ୍ଲେଖନୀୟ କାମ ନିମନ୍ତେ ଏହି ଅନୁଷ୍ଠାନକୁ ଗାନ୍ଧୀ ଶାନ୍ତି ପୁରସ୍କାର ଦିଆଯାଇଛି। ଗୀତାପ୍ରେସ୍ ସହ ଗାନ୍ଧିଜୀଙ୍କର ଭାବନାତ୍ମକ ସଂଯୋଗ ରହିଥିଲା। ଗାନ୍ଧିଜୀ କଲ୍ୟାଣ ପତ୍ରିକା ମାଧ୍ୟମକରେ ଗୀତା ପ୍ରେସ୍ ପାଇଁ ଲେଖାଲେଖି କରୁଥିଲେ। ଗୀତା ପ୍ରେସ୍ ଭାରତକୁ ଯୋଡ଼ୁଛି। ଭାରତର ଏକତାକୁ ସଶକ୍ତ କରୁଛି। ଏହା ଏକ ଭାରତ ଶ୍ରେଷ୍ଠ ଭାରତ ମିଶନକୁ ପ୍ରତିନିଧିତ୍ୱ କରୁଛି।
ବିଦେଶୀ ଆକ୍ରମଣ କରି ଆମର ବହୁ ଗ୍ରନ୍ଥକୁ ଜାଳି ଦେଇଥିଲେ। ଇଂରେଜ ଶାସନ ସମୟରେ ଗୁରୁକୁଳ ଓ ଗୁରୁ ପରମ୍ପରାକୁ ପ୍ରାୟତଃ ନଷ୍ଟ କରିଦିଆଯାଇଥିଲା। ଆମର ପୂଜ୍ୟ ଗ୍ରନ୍ଥ ଗାୟବ ହେବାରେ ଲାଗିଥିଲା। ବହିର ଦାମ୍ ଖୁବ୍ ଅଧିକ ଥିବାରୁ ଏହା ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରୁ ନ ଥିଲା। ଅନେକ ସଂଙ୍କଟ ଆମ ଉପରେ ଆସିଛି। ମାତ୍ର ଭଗବାନଙ୍କ ଅବତାର ରୂପରେ ଅନେକ ବିଭୂତି ଜନ୍ମ ନେଇ ଧର୍ମର ରକ୍ଷା କରିଛନ୍ତି। ସେହିପରି ଗୀତା ପ୍ରେସ୍ ଭଗବାନଙ୍କ ରୂପରେ ଧର୍ମ ଓ ମୂଲ୍ୟବୋଧର ସୁରକ୍ଷା କରିଛି। ଲୋକଙ୍କ ପଥପଦର୍ଶକ ହୋଇପାରିଛି। ପ୍ରତି ଘରେ ଗୀତା ପ୍ରେସ୍ର ପୂଜ୍ୟ ପୁସ୍ତକମାନ ପହଞ୍ଚି ପାରିଛି। ତେଣୁ ଉଦ୍ୟମ ପବିତ୍ର ହୋଇଥିଲେ ସଫଳତା ନିଶ୍ଚୟ ମିଳିଥାଏ।
ରାଜନୈତିକ ଛୁଙ୍କ ଦେଇ ମୋଦି କହିଛନ୍ତି, ଗୋଲାମୀ ଶାସନରୁ ମୁକ୍ତ ହୋଇ ଏବେ ନିଜ ଶାସନ ଉପରେ ଭରସା କରିବା ସମୟ ଆସିଛି। ଦେଶ ଏବେ ବିକାଶ ଓ ନିଜ ଶାସନକୁ ନେଇ ଚାଲୁଛି। ଆମେ ବିଶ୍ୱସ୍ତରୀରୟ ଭିତ୍ତିଭୂମି ନିର୍ମାଣ କରୁଛୁ। ଏଥିସହ କେଦାର ନାଥ ଓ ଅନ୍ୟ ତୀର୍ଥର ଉନ୍ନତିକରଣ ମଧ୍ୟ କରୁଛୁ। ବହୁଦିନର ସ୍ୱପ୍ନ ଥିବା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଶେଷ ହେବାକୁ ଯାଉଛି। ସବୁଠି ଏବେ ଇଂରେଜ ଶାସନର ପଦଚିହ୍ନକୁ ହଟାଇ ଭାରତୀୟ ବିଚାର ଓ ଚିହ୍ନକୁ ସୂଚିତ କରାଯାଉଛି। ଆମର ମୂର୍ତ୍ତିକୁ ଚୋରି କରି ବିକ୍ରି କରାଯାଇଥିଲା, ତାହା ମଧ୍ୟ ଆମ ମନ୍ଦିରକୁ ଫେରି ଆସୁଛି। ଏକ ନୂଆ ଭାରତର ନିର୍ମାଣ କରିବା ଓ ବିଶ୍ୱକଲ୍ୟାଣ ନିମନ୍ତେ ରହିଥିବା ଇଛାକୁ ସଫଳ କରିବା ଏହାର ମୂଳ ଉଦ୍ଦେଶ୍ୟ।
ଏହି କାର୍ଯ୍ୟକ୍ରମରେ ସେ ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥ ଉନ୍ମୋଚନ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦୁଇଟି ଟ୍ରେନ୍ ହେଉଛି: ଗୋରଖପୁର-ଲକ୍ଷ୍ମୌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଯୋଧପୁର-ସାବରମତି ବନ୍ଦେ ଭାରତ ଏକ୍ସପ୍ରେସ। ଏଥି ସହିତ ପ୍ରଧାନମନ୍ତ୍ରୀ ଗୋରଖପୁର ରେଳ ଷ୍ଟେସନ ପୁନଃନିର୍ମାଣର ମୂଳଦୁଆ ମଧ୍ୟ ସ୍ଥାପନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1688744167.jpg)