Advertisment

ନୂଆ ସଂସଦ ଭବନ ଉଦ୍‌ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କ’ଣ କହିଲେ ଚୁମ୍ବକରେ ଜାଣନ୍ତୁ

‘ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ’

author-image
Jitendra Garnayak
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ନୂଆ ସଂସଦ ଭବନକୁ ଆଜି ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆୟୋଜିତ ସମାରୋହରେ ସେ କ’ଣ କହିଛନ୍ତି ଚୁମ୍ବକରେ ଜାଣି ନିଅନ୍ତୁ।  

Advertisment
  • ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଉପହାର ମିଳିଲା
  • ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ
  • ନୂଆ ସଂସଦ ଭବନ ଲୋକତନ୍ତ୍ରର ମନ୍ଦିର
  • ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି
  • ଭାରତ ଆଗକୁ ବଢ଼ିଲେ, ବିଶ୍ୱ ଆଗକୁ ବଢ଼ିବ
  • ସଂସଦରେ ପବିତ୍ର ସେଙ୍ଗୋଲ ସ୍ଥାପନ ଐତିହାସିକ ମୁହୂର୍ତ୍ତ
  • ସେଙ୍ଗୋଲ ସଂସଦରେ ଆମକୁ ପ୍ରେରଣା ଦେଉଥିବ
  • ଭାରତ କେବଳ ଲୋକତାନ୍ତ୍ରିକ ରାଷ୍ଟ୍ର ନୁହେଁ, ଗଣତନ୍ତ୍ରର ଜନନୀ ମଧ୍ୟ
  • ଏକବିଂଶ ଶତାବ୍ଦୀର ଭାରତ ଦୃଢ଼ ଉତ୍ସାହରେ ଭରା
  • ପରାଧୀନତାର ଚିହ୍ନକୁ ଚାଢ଼ି ଆମେ ଆଗକୁ ବଢୁଛେ
  • ନୂଆ ସଂସଦରେ ସଂସ୍କୃତି ଓ ସମ୍ବିଧାନର ସ୍ୱର ଅଛି
  • ବହୁତ ବର୍ଷ ହେଲା ନୂଆ ସଂସଦ ଭବନର ଆବଶ୍ୟକତା ଥିଲା
  • ଭବ୍ୟ ସଂସଦ ଭବନ ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ
  • ସଂସଦ ଭବନ ନିର୍ମାଣରେ ୬୦ ହଜାର ଶ୍ରମିକ ଶ୍ରମଦାନ କରିଛନ୍ତି
  • ସଂସଦ ଭବନ ନିର୍ମାଣ ସହ ଗରିବ କଲ୍ୟାଣ ବି ହୋଇଛି
  • ୯ ବର୍ଷରେ ୧୧ କୋଟି ଶୌଚାଳୟ, ୩୦ ହଜାର ପଞ୍ଚାୟତ ଭବନ ନିର୍ମିତ
  • ଗାନ୍ଧିଙ୍କ ସମୟରେ ସ୍ୱାଧୀନତାର ଚେତନା ଜାଗ୍ରତ ହୋଇଥିଲା
  • ଅନ୍ୟ ଦେଶ ବି ଏଥିରୁ ପ୍ରେରଣା ପାଇ ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ
  • 'ଦେଶ ପ୍ରଥମ' ଭାବନାରେ ଆମକୁ ଆଗକୁ ବଢ଼ିବାକୁ ହେବ
  • ୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ
  • ଲୋକକଲ୍ୟାଣକୁ ଜୀବନର ମନ୍ତ୍ର କରିବାକୁ ହେବ
  • ଲକ୍ଷ୍ୟ ବଡ଼ ଓ କଠିନ; କିନ୍ତୁ କଷ୍ଟକର ନୁହେଁ
  • ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ
  • ନୂଆ ସଂସଦ ଭବନ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରିତ କରିବ
  • ସଂସଦ ଭବନର ପ୍ରତ୍ୟେକଟି କାନ୍ଥ ଗରିବ କଲ୍ୟାଣ ପାଇଁ ସମର୍ପିତ
  • ସଂସଦର ନିର୍ଣ୍ଣୟ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଧାର ହେବ
Narendra Modi PM Modi New Parliament Building