ନୂଆ ସଂସଦ ଭବନକୁ ଆଜି ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆୟୋଜିତ ସମାରୋହରେ ସେ କ’ଣ କହିଛନ୍ତି ଚୁମ୍ବକରେ ଜାଣି ନିଅନ୍ତୁ।
- ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଉପହାର ମିଳିଲା
- ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ
- ନୂଆ ସଂସଦ ଭବନ ଲୋକତନ୍ତ୍ରର ମନ୍ଦିର
- ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି
- ଭାରତ ଆଗକୁ ବଢ଼ିଲେ, ବିଶ୍ୱ ଆଗକୁ ବଢ଼ିବ
- ସଂସଦରେ ପବିତ୍ର ସେଙ୍ଗୋଲ ସ୍ଥାପନ ଐତିହାସିକ ମୁହୂର୍ତ୍ତ
- ସେଙ୍ଗୋଲ ସଂସଦରେ ଆମକୁ ପ୍ରେରଣା ଦେଉଥିବ
- ଭାରତ କେବଳ ଲୋକତାନ୍ତ୍ରିକ ରାଷ୍ଟ୍ର ନୁହେଁ, ଗଣତନ୍ତ୍ରର ଜନନୀ ମଧ୍ୟ
- ଏକବିଂଶ ଶତାବ୍ଦୀର ଭାରତ ଦୃଢ଼ ଉତ୍ସାହରେ ଭରା
- ପରାଧୀନତାର ଚିହ୍ନକୁ ଚାଢ଼ି ଆମେ ଆଗକୁ ବଢୁଛେ
- ନୂଆ ସଂସଦରେ ସଂସ୍କୃତି ଓ ସମ୍ବିଧାନର ସ୍ୱର ଅଛି
- ବହୁତ ବର୍ଷ ହେଲା ନୂଆ ସଂସଦ ଭବନର ଆବଶ୍ୟକତା ଥିଲା
- ଭବ୍ୟ ସଂସଦ ଭବନ ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ
- ସଂସଦ ଭବନ ନିର୍ମାଣରେ ୬୦ ହଜାର ଶ୍ରମିକ ଶ୍ରମଦାନ କରିଛନ୍ତି
- ସଂସଦ ଭବନ ନିର୍ମାଣ ସହ ଗରିବ କଲ୍ୟାଣ ବି ହୋଇଛି
- ୯ ବର୍ଷରେ ୧୧ କୋଟି ଶୌଚାଳୟ, ୩୦ ହଜାର ପଞ୍ଚାୟତ ଭବନ ନିର୍ମିତ
- ଗାନ୍ଧିଙ୍କ ସମୟରେ ସ୍ୱାଧୀନତାର ଚେତନା ଜାଗ୍ରତ ହୋଇଥିଲା
- ଅନ୍ୟ ଦେଶ ବି ଏଥିରୁ ପ୍ରେରଣା ପାଇ ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ
- 'ଦେଶ ପ୍ରଥମ' ଭାବନାରେ ଆମକୁ ଆଗକୁ ବଢ଼ିବାକୁ ହେବ
- ୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ
- ଲୋକକଲ୍ୟାଣକୁ ଜୀବନର ମନ୍ତ୍ର କରିବାକୁ ହେବ
- ଲକ୍ଷ୍ୟ ବଡ଼ ଓ କଠିନ; କିନ୍ତୁ କଷ୍ଟକର ନୁହେଁ
- ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ
- ନୂଆ ସଂସଦ ଭବନ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରିତ କରିବ
- ସଂସଦ ଭବନର ପ୍ରତ୍ୟେକଟି କାନ୍ଥ ଗରିବ କଲ୍ୟାଣ ପାଇଁ ସମର୍ପିତ
- ସଂସଦର ନିର୍ଣ୍ଣୟ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଧାର ହେବ