ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଦେଖିବେ ମୋଦି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜ୍ଙ୍କ ସହିତ ମିଶି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୪ର୍ଥ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଦେଖିବେ।
ଭାରତ ଗସ୍ତରେ ଆସୁଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି। ସେ ଭାରତ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ସେ ମିଶି ଆସନ୍ତା ମାର୍ଚ୍ଚ ୯ ତାରିଖରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ସାକଳ ସାଢ଼େ ୮ଟାରେ ଦୁଇ ନେତାଙ୍କ ଉପସ୍ଥିିତିରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ହେବ ‘ବର୍ଡର୍-ଗାଭାସ୍କର୍ ଟ୍ରଫି ସିରିଜ୍’ର ୪ର୍ଥ ତଥା ଚୂଡ଼ାନ୍ତ ମ୍ୟାଚ। ଏହି ମ୍ୟାଚ୍ରେ ଏବେ ଭାରତ ୨-୧ରେ ଆଗୁଆ ରହିଛି।
ମାର୍ଚ୍ଚ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବେନିଜ୍ ୪ଦିନିଆ ଭାରତଗସ୍ତରେ ଆସିବେ। ୨୦୧୭ ପରେ ଏହା ହେବ ଜଣେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଏହି ସମୟରେ ସେ ଅହମଦାବାଦ, ମୁମ୍ବାଇ ଓ ଦିଲ୍ଲୀ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଭାରତ ସହିତ ଅଷ୍ଟ୍ରେଲିଆର ରଣନୈତିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଉଛି।
ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୮ ତାରିଖ ଦିନ ଅହମଦାବାଦରେ ପହଞ୍ଚିବା ପରେ ଅନ୍ଥୋନି ୯ ତାରିଖ ଦିନ ମୁମ୍ବାଇ ଯିବେ। ପୁଣି ୯ ତାରିଖ ଦିନ ମୁମ୍ବାଇରୁ ଦିଲ୍ଲୀ ଯିବେ। ଦିଲ୍ଲୀରେ ଆନ୍ଥୋନି ଅଷ୍ଟ୍ରେଲିଆ-ଭାରତ ବାର୍ଷିକ ନେତୃ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯୋଗ ଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।