Advertisment

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଶି ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଦେଖିବେ ମୋଦି

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

Australia PM and Modi

Australia PM and Modi

Advertisment

ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଦେଖିବେ ମୋଦି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜ୍‌ଙ୍କ ସହିତ ମିଶି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବର୍ଡର୍‌-ଗାଭାସ୍କର୍ ଟ୍ରଫି’ର ୪ର୍ଥ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଦେଖିବେ।

Advertisment

ଭାରତ ଗସ୍ତରେ ଆସୁଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି। ସେ ଭାରତ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ସେ ମିଶି ଆସନ୍ତା ମାର୍ଚ୍ଚ ୯ ତାରିଖରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବେ।  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ସାକଳ ସାଢ଼େ ୮ଟାରେ ଦୁଇ ନେତାଙ୍କ ଉପସ୍ଥିିତିରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ହେବ ‘ବର୍ଡର୍-ଗାଭାସ୍କର୍ ଟ୍ରଫି ସିରିଜ୍‌’ର ୪ର୍ଥ ତଥା ଚୂଡ଼ାନ୍ତ ମ୍ୟାଚ। ଏହି ମ୍ୟାଚ୍‌ରେ ଏବେ ଭାରତ ୨-୧ରେ ଆଗୁଆ ରହିଛି।

ମାର୍ଚ୍ଚ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ୍ ୪ଦିନିଆ ଭାରତଗସ୍ତରେ ଆସିବେ। ୨୦୧୭ ପରେ ଏହା ହେବ ଜଣେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଏହି ସମୟରେ ସେ ଅହମଦାବାଦ, ମୁମ୍ବାଇ ଓ ଦିଲ୍ଲୀ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଭାରତ ସହିତ ଅଷ୍ଟ୍ରେଲିଆର ରଣନୈତିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଉଛି। 

Advertisment

ମିଳିଥିବା ସୂଚନା ମୁତାବକ  ମାର୍ଚ୍ଚ ୮ ତାରିଖ ଦିନ ଅହମଦାବାଦରେ ପହଞ୍ଚିବା ପରେ ଅନ୍ଥୋନି ୯ ତାରିଖ ଦିନ ମୁମ୍ବାଇ ଯିବେ। ପୁଣି ୯ ତାରିଖ ଦିନ ମୁମ୍ବାଇରୁ ଦିଲ୍ଲୀ ଯିବେ। ଦିଲ୍ଲୀରେ ଆନ୍ଥୋନି ଅଷ୍ଟ୍ରେଲିଆ-ଭାରତ ବାର୍ଷିକ ନେତୃ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯୋଗ ଦେବେ।

PM Modi India Vs Australia Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe