Advertisment

ଆଜି ଲୋକସଭାରେ କହିବେ ମୋଦି, ରାହୁଲଙ୍କୁ କରିପାରନ୍ତି ଟାର୍ଗେଟ୍‌

ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିବେ।

author-image
Madhupriya Mistry
Modi and Rahul

Modi and Rahul

ଆଜି ଲୋକସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅବସରରେ ଗୃହରେ ପ୍ରଧାନମନ୍ତ୍ରୀ କହିବେ। ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିବେ।

Advertisment

ଅନୁମାନ କରାଯାଉଛି ଆଜି ସରଗରମ ହେବ ଲୋକସଭା। ଏହାପୂର୍ବରୁ ଆଉ କିଛି ସମୟ ପରେ NDAର ସଂସଦୀୟ ଦଳ ବୈଠକ ଡକାଯାଇଛି। ପାର୍ଲାମେଣ୍ଟ ଅଧିବେଶନ ଭିତରେ ପ୍ରଥମ ଥର ପାଇଁ ଏହି ବୈଠକ ଡକାଯାଇଛି। ଏଠି ବିସ୍ତୁତ ରଣନୀତି ପ୍ରସ୍ତୁତ ହେବ।

ସୂଚନା ଅନୁଯାୟୀ ବିଜେପି ଏବଂ ସହଯୋଗୀ ଦଳର ସମସ୍ତ ସାଂସଦଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି। ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ତା'ସହ ରାହୁଲଙ୍କ ‘ହିନ୍ଦୁ ହିଂସା’ ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଛି।

Advertisment
PM Modi Rahul Gandhi Lok Sabha Session Parliament Session