Advertisment

ମନର କଥା କହିଲେ ମୋଦି, ବଖାଣିଲେ ୨୦୨୩ର ସଫଳତା

ଆଜି ଥିଲା ମୋଦିଙ୍କର ବର୍ଷର ଶେଷ 'ମନ୍‌ କି ବାତ୍‌'।

author-image
Madhupriya Mistry
PM Modi

PM Modi

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଥିଲା ମୋଦିଙ୍କର ବର୍ଷର ଶେଷ 'ମନ୍‌ କି ବାତ୍‌'। ଏହି ଅବସରରେ ଦେଶବାସୀ ୨୦୨୪ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ନୂଆବର୍ଷରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ସେହିପରି ମୋଦି ୨୦୨୩ରେ ସଫଳତା ବଖାଣିଛନ୍ତି। ଚଳିତ ବର୍ଷ ଅନେକ ସଫଳତା ମିଳିଛି। ୨୪ରେ ବି ଏହାକୁ ବଜାୟ ରଖିବା ବୋଲି ସେ କହିଛନ୍ତି। ପ୍ରତ୍ୟେକ ଭାରତୀୟ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେଉଛନ୍ତି। ଭାରତକୁ ନେଇ ସବୁଆଡେ ଆଶା ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଭାରତର ସଫଳତା ହେଉଛି ଦେଶବାସୀଙ୍କ ସଫଳତା। ଦେଶର ବିକାଶ ପାଇଁ ଆମକୁ ନିରନ୍ତର କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ଏବେ ନୂଆ ଉଦ୍ଭାବନର ହବ ପାଲଟିଥିବା ବେଳେ ପ୍ରତ୍ୟେକ ଭାରତୀୟଙ୍କର ଏଥିରେ ଭାଗିଦାରୀ ରହିଛି। ୨୦୧୫ ମସିହାରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ଏବେ ୪୦ତମ ସ୍ଥାନରେ ରହିଛି। ଚନ୍ଦ୍ରଯାନ-୩କୁ ନେଇ ଏବେ ବି ବିଭିନ୍ନ ଆଡୁ ଶୁଭେଚ୍ଛା ମିଳୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

‘ଏଆଇ ଟୁଲ୍‌ସ୍‌’ ବା ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ର ଗୁରୁତ୍ବ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅଭିନବ ପ୍ରଯୁକ୍ତିବିଦ୍ୟା ସମାଜର ବିଭିନ୍ନ କ୍ଷେତ୍ରରେ ସୁବିଧା କରିଛି। ଅଦାଲତ ଓ ଶିକ୍ଷା ସମେତ ଅନେକ କ୍ଷେତ୍ରରେ ଏହି ପ୍ରଯୁକ୍ତିବିଦ୍ୟା ଖୁବ୍‌ ସହାୟକ ହେବ। ଯୁବବର୍ଗଙ୍କୁ ଅନୁରୋଧ ସେମାନେ ‘ଏଆଇ ଟୁଲ୍‌’ ସମ୍ବନ୍ଧୀୟ ‘ରିଅଲ୍‌-ଟାଇମ୍‌’ ଅନୁବାଦ କରି ଏହାକୁ ଶତପ୍ରତିଶତ ପ୍ରମାଣସିଦ୍ଧ କରନ୍ତୁ ବୋଲି ମୋଦି କହିଛନ୍ତି।

PM Modi Mann Ki Baat